ନିଆରା ଢଙ୍ଗରେ କର୍ମଚାରୀଙ୍କ ପରୀକ୍ଷା ନେଲେ ମହିଳା ଏସ୍ପି: ବେଶ ବଦଳାଇଲେ, ଆଉ ତା’ପରେ..
ଲକ୍ଷ୍ନୌ: ପୁଲିସର ତତ୍ପରତା ପରଖିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦକ୍ଷେପ ନେଇଛନ୍ତି। ବେଶ ବଦଳାଇ ଜରୁରୀକାଳୀନ ନମ୍ବର ଡାଏଲ କରି ସଶସ୍ତ୍ର ଡକାୟତି ନେଇ ପୁଲିସକୁ ମିଥ୍ୟା ସୂଚନା ଦେଇଥିଲେ। ଖୁସିର କଥା ହେଉଛି ପୁଲିସ କର୍ମୀ ଏହି ପରୀକ୍ଷାରେ ପାସ୍ ହୋଇଗଲେ। ଆଇପିଏସ୍ ଅଧିକାରୀ ଚାରୁ ନିଗମ ଔରୈୟାରେ ଏସ୍ପି ଭାବେ ନିଯୁକ୍ତ ହୋଇଛନ୍ତି। ଗୁରୁବାର ସେ କୁର୍ତ୍ତା ଏବଂ ଚଷମା ପିନ୍ଧି ଓଢଣୀରେ ମୁହଁ ଘୋଡାଇ ଦେଇଥିଲେ, ଯଦ୍ବାରା ତାଙ୍କ ଅଧସ୍ତନ କର୍ମଚାରୀ, ଅଧିକାରୀ ତାଙ୍କୁ ଚିହ୍ନି ପାରିବେ ନାହିଁ। ଏହାପରେ ସେ ଜରୁରୀକାଳୀନ ସେବା ନମ୍ବର ୧୧୨ରେ କଲ୍ କରି ସଶସ୍ତ୍ର ଡକାୟତିର ଶିକାର ହୋଇଥିବା କହିଥିଲେ। ସେ କହିଛନ୍ତି, ‘‘ମୁଁ ସରିତା ଚୌହ୍ବାନ କହୁଛି, ଏବଂ ମୋତେ ଦୁଇଜଣ ସଶସ୍ତ୍ର ଡକାୟତ ଲୁଟି ନେଇଛନ୍ତି..’’।
ଔରୈୟା ପୁଲିସ ଦ୍ବାରା ଜାରି କରାଯାଇଥିବା ଭିଡିଓ ଏବଂ ଫଟୋରେ ଆଇପିଏସ ଚାରୁ ନିଗମଙ୍କୁ ଶୁନ୍ଶାନ୍ ରାସ୍ତାରେ ଫୋନ୍ରେ କଥା ହେଉଥିବା ଦେଖିବାକୁ ମିଳିଛି। ତାଙ୍କ କଲ୍ର ଜାବାବରେ ତିନି ପୁଲିସ କର୍ମୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଧିକାରୀମାନେ ମହିଳାଙ୍କ ଅଭିଯୋଗ ଶୁଣିଲେ ଓ ପଚରାଉଚରା କଲେ। କିନ୍ତୁ ସେମାନେ ଜାଣି ନଥିଲେ ଯେ, ତାଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ତାଙ୍କ କାମ ଉପରେ ନଜର ରଖିବା ପାଇଁ ଏସବୁ କରୁଛନ୍ତି।
जनपदीय पुलिस के रिस्पांस टाइम व सतर्कता को चेक करने हेतु पुलिस अधीक्षक औरैया @ipsCharuNigam ने स्वयं की पहचान छुपाते हुए सुनसान रोड पर तमंचे के बल पर बाइक सवार अज्ञात व्यक्तियों द्वारा झूठी लूट की सूचना कंट्रोल रूम व डायल112 पर दी गयी जिसमे जनपदीय पुलिस की कार्यवाही संतोषजनक रही। pic.twitter.com/I4n3yJoUHP
— Auraiya Police (@auraiyapolice) November 3, 2022
ଏକ ଘଣ୍ଟା ଧରି ସେହି ଅଞ୍ଚଳରେ ଯାନବାହାନ ଅଟକାଇ ଯାଞ୍ଚ କରିବା ପରେ ଟିମ୍ ଜାଣିବାକୁ ପାଇଥିଲେ ଯେ, ଅଭିଯୋଗ କରିଥିବା ଭୟଭୀତ ମହିଳା ସେମାନଙ୍କ ବରିଷ୍ଠ ଅଧିକାରୀ। ପୁଲିସ ଦ୍ବାରା କରାଯାଇଥିବା ଟ୍ବିଟ୍ ମୁତାବକ, ଆଇପିଏସ୍ ଚାରୁ ନିଗମ ସ୍ଥାନୀୟ ପୁଲିସର ‘ରେସ୍ପନ୍ସ ଟାଇମ୍’ ଯାଞ୍ଚ କରିବାକୁ ଚାହୁଁଥିଲେ, ଯାହାକି ତାଙ୍କୁ ସନ୍ତୋଷଜନକ ଲାଗିଥିଲା।
ଏକ ବାଇକ୍ ପଛରେ ବସି ରାସ୍ତାର ଶୁନଶାନ୍ ସ୍ଥାନ ଖୋଜୁଥିବା ଆଇପିଏସ୍ ଅଧିକାରୀଙ୍କ ଏକ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି। ଭିଡିଓରୁ ଜଣାପଡ଼ୁଛି, ସମ୍ଭବତଃ ସେ ପରୀକ୍ଷା ନେବା ପାଇଁ ଉପଯୁକ୍ତ ସ୍ଥାନ ଖୋଜୁଛନ୍ତି।
Comments are closed.