ଲକ୍ଷ୍ନୌ: ଚଳିତ ଆଇପିଏଲର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଓ ଚେନ୍ନଇ ସୁପରକିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯିବ। ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ। ଲକ୍ଷ୍ନୌ ୯ ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଶେଷ ମ୍ୟାଚରେ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ଛୋଟ ସ୍କୋରରେ ପରାଜିତ ହୋଇଥିଲା। ଦଳ ବୋଲିଂରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ବ୍ୟାଟିଂରେ କାଏଲ ମେୟର୍ସ ଭଲ ଫର୍ମରେ ରହିଥିଲେ ମଧ୍ୟ ଶେଷ ମ୍ୟାଚରେ ବିଫଳ ହୋଇଥିଲେ। ରାହୁଲ ଆରସିବି ବିପକ୍ଷ ମ୍ୟାଚରେ ଆହତ ହୋଇ ସୁଦ୍ଧା ଶେଷରେ ବ୍ୟାଟିଂ କରିବାକୁ ଆସିଥିଲେ। ଚେନ୍ନଇ ବିପକ୍ଷରେ ଖେଳିବା ନେଇ ଆଶଙ୍କା ରହିଛି। ରାହୁଲ ଫିଲ୍ଡିଂ କରୁଥିବାବେଳେ ଆଣ୍ଠୁରେ ଆଘାତ ଲାଗିଥିଲା। ଫଳରେ ସେ ଓପନିଂ କରିବାକୁ ଆସିନଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମାର୍କୋସ ଷ୍ଟୋଇନିସ, ନିକୋଲାସ ପୁରନ, ଆୟୁଷ ବଦାନି, କ୍ରୁନାଲ ପାଣ୍ଡ୍ୟା ମଧ୍ୟ ରନ କରୁଛନ୍ତି। ଦୀପକ ହୁଡା ବିଫଳ ହେବା ଦଳକୁ ଚିନ୍ତାରେ ପକାଇଛି। ହୁଡା ଏପର୍ଯ୍ୟନ୍ତ ଲୟକୁ ଫେରିନାହାନ୍ତି। ବୋଲିଂରେ ନବୀନ ଉଲ୍ ହକ, ମାର୍କୋସ ଷ୍ଟୋଇନିସ, ରବି ବିଷ୍ଣୋୟି, କ୍ରିଷ୍ଣପା ଗୌତମ,ଅମିତ ମିଶ୍ରା, ୟଶ ଠାକୁର ପ୍ରମୁଖ ରହିଛନ୍ତି। ବୋଲିଂରେ ଦଳ ଭଲ ପ୍ରଦର୍ଶନ କରୁଥିବାବେଳେ ବ୍ୟାଟିଂ ବିଫଳତା ପାଇଁ କମ୍ ସ୍କୋରରେ ଦୁଇଟି ମ୍ୟାଚ ହାତଛଡ଼ା କରିଛି। ଆରସିବି ବିପକ୍ଷରେ ଦଳକୁ ବ୍ୟାଟିଂକୁ ସୁଧାରିବାକୁ ପଡିବ। ସେହିପରି ଚେନ୍ନଇ ସୁପରକିଙ୍ଗ୍ସ ୯ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୪ଟି ପରାଜୟ ବରଣ କରିଛି। ଦଳ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ନିକଟରୁ ୪ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂରେ ଡିଭନ କନ୍ୱେ ଓ ଋୁତୁରାଜ ଗାଏକ୍ବାର୍ଡ ଚମତ୍କାର ଫର୍ମରେ ରହିଛନ୍ତି। କନ୍ୱେ ୪୧୪ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ, ମୋଇନ୍ ଅଲ୍ଲୀ, ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନି ମଧ୍ୟ ରହିଛନ୍ତି। ଦୁବେ ଭଲ ଫର୍ମରେ ରହିଥିବାବେଳେ ଜାଡେଜା, ମୋଇନ୍ ଓ ଧୋନି ଏପର୍ଯ୍ୟନ୍ତ ଚମକ େଦଖାଇବାରେ ବିଫଳ ହୋଇଛନ୍ତି। ବୋଲିଂରେ ତୁଷାର ଦେଶପାଣ୍ଡେ ୧୭ଟି ୱିକେଟ ନେଇ ଆଗରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଆକାଶ ସିଂହ, ମହେଶ ତୀକ୍ଷଣ,ରବୀନ୍ଦ୍ର ଜାଡେଜା, ମୋଇନ୍ ଓ ମହେଶ ପାଥିରାଣା ମଧ୍ୟ ବୋଲିଂ ଭାର ସମ୍ଭାଳୁଛନ୍ତି। ପ୍ରଥମ ଚରଣ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍ସ ୧୨ରନରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସକୁ ପରାସ୍ତ କରିଥିଲା। ଚେନ୍ନଇ ୨୧୭ରନ କରିଥିବାବେଳେ ଲକ୍ଷ୍ନୌ ୨୦୫ରନ କରିବାକୁ ସକ୍ଷମ ହୋଇଥିଲା। ଲକ୍ଷ୍ନୌ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବାକୁ ଥିବା ବେଳେ ଚେନ୍ନଇ ବିଜୟଧାରା ବଜାୟ ରଖିବାକୁ ଉଦ୍ୟମ କରିବ।
ଆଇପିଏଲ – ଆଜି ଲକ୍ଷ୍ନୌ ଓ ଚେନ୍ନଇ ଏବଂ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ ଲଢେଇ
Popular Categories



