ବେଙ୍ଗାଲୁରୁ: ଆର୍ସିବି ଆଇପିଏଲ ଟ୍ରଫି ଜିତିବା ପରେ ପ୍ରଶଂସକମାନେ ଯେତିକି ଖୁସି ଥିଲେ ବିଜୟ ଉତ୍ସବ ଅବସରରେ ଘଟିଥିବା ଦଳାଚକଟା ଘଟଣା ପରେ ତାହାଠାରୁ ଅଧିକ ଅସନ୍ତୋଷ ଦେଖିବାକୁ ମିଳିଛି। ଦଳାଚକଟା ଘଟଣାରେ ୧୧୍ଜଣଙ୍କ ମୃତ୍ୟୁ ପରେ ଆର୍ସିବି ପ୍ରତି କ୍ରୋଧ ବଢିବାରେ ଲାଗିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଆରବିସି ଆଇପିଏଲ ବିଜୟ ଉତ୍ସବ ସମାରୋହରେ ହୋଇଥିବା ଦଳାଚକଟା ଘଟଣାରେ ଏବେ ବିରାଟ କୋହଲିଙ୍କ ନାମରେ ବି ଏତଲା ଦାୟର କରିବାକୁ ଦାବି କରାଯାଇଛି।
ବେଙ୍ଗାଲୁରୁର ଏଚ ଏନ୍ ଭେଙ୍କଟେଶ ନାମକ ଜଣେ ବ୍ୟକ୍ତି ବିରାଟଙ୍କ ନାମରେ ବେଙ୍ଗାଲୁରୁର କ୍ୟୁବନ ପାର୍କ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୁଲିସ ଏତଲାରେ ବିରାଟଙ୍କ ନାମକୁ ଯୋଡ଼ିବାକୁ ଯୁବକ ଜଣକ ଦାବି କରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ସାମାଜିକ ଗଣମାଧ୍ୟମରେ ବିରାଟ କୋହଲିଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରାଯାଉଛି।



