ନୂଆଦିଲ୍ଲୀ: ଇଣ୍ଡୋନେସିଆ ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ-୨୦୨୫ର କ୍ବାଟର ଫାଇନାଲରୁ ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ବିଦାୟ ନେଇଛନ୍ତି। ଏଥି ସହିତ ପ୍ରତିଯୋଗିତାରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି।
ଶୁକ୍ରବାର ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲରେ ସାତ୍ତ୍ବିକ-ଚିରାଗ ଯୋଡ଼ି ୭ମ ସିଡ୍ ମାଲେସିଆର ମାନ୍ ୱି ସି-କେ ଟି ଯୋଡ଼ିଙ୍କ ନିକଟରୁ ୧୯-୨୧ ଓ ୧୬-୨୧ରେ ପରାଜିତ ହୋଇ ବିଦାୟ ନେଇଛନ୍ତି।



