www.samajalive.in
Monday, December 15, 2025
24.1 C
Bhubaneswar

ଆଜି ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଚେନ୍ନଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦରାବାଦ୍-ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବଇ: ଆଇପିଏଲରେ ରବିବାର ୨ଟି ମ୍ୟାଚ ଖେଳାଯିବ। ମୁମ୍ବଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ମୁହାଁମୁହିଁ ହେଉଥିବା ବେଳେ ଚେନ୍ନଇରେ ସନରାଇଜର୍ସ ହାଇଦରାବାଦ୍-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା ହେବ। ପ୍ରଥମ ୪ଟି ମ୍ୟାଚ୍ରେ ଅପରାଜିତ ରହିଥିବା ବିରାଟ ବାହିନୀକୁ ରୋକିବା ଲାଗି ଧୋନିବାହିନୀ ଲକ୍ଷ୍ୟ ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୨ୟ ବିଜୟ ଲକ୍ଷ୍ୟରେ ରହିଛି ସନରାଇଜର୍ସ।

ବାଙ୍ଗାଲୋରର ବିଜୟ ରଥକୁ ରୋକିବା ଲକ୍ଷ୍ୟ ରଖିଛି ସିଏସ୍କେ। ପ୍ରଥମ ମ୍ୟାଚରେ ଦିଲ୍ଲୀ ନିକଟରୁ ପରାଜିତ ହୋଇଥିବା ଚେନ୍ନଇ ପରବର୍ତ୍ତୀ ୩ ମ୍ୟାଚରେ ରାଜସ୍ଥାନ, କଲକାତା ଓ ପଞ୍ଜାବକୁ ପରାସ୍ତକରି ସଫଳ ପ୍ରତ୍ୟାବର୍ତ୍ତନ କରିଛି। ସିଏସ୍କେ ୪ଟି ମ୍ୟାଚରୁ ୩ଟି ବିଜୟ ସହ ୨ୟ ସ୍ଥାନରେ ରହିଛି। ବ୍ୟାଟିଂରେ ଫ୍ଲାଫ୍ ଡୁ ପ୍ଲେସି ଫର୍ମରେ ରହିଥିବା ବେଳେ ଶେଷ ମ୍ୟାଚରେ ଋତୁରାଜ ଗାଏକ୍ବାର୍ଡ ମଧ୍ୟ ଫର୍ମକୁ ଫେରିଛନ୍ତି। ମୋଇନ୍ ଅଲୀ, ଅମ୍ବତି ରାୟୁଡୁ, ସୁରେଶ ରୈନା ଓ ଧୋନି ମଧ୍ୟ ରନ କରୁଛନ୍ତି। ଦୀପକ ଚହର ଚମତ୍କାର ବୋଲିଂ କରିଛନ୍ତି। ଡାରେନ ବ୍ରାଭୋ, ସାର୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଲୁଙ୍ଗି ଏନ୍ଗିଡ଼ିଙ୍କୁ ନେଇ ବୋଲିଂ ବାହିନୀ ଶକ୍ତ ରହିଛି। ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ୪ଟି ମ୍ୟାଚରୁ ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି।

- Advertisement -

ଦଳ ମୁମ୍ବଇ, ହାଇଦରାବାଦ୍, କଲକାତା ଓ ରାଜସ୍ଥାନକୁ ପରାସ୍ତ କରିଛି। ଓପନର ଦେବଦତ୍ତ ପାଡ଼ିକଲ ଗତ ମ୍ୟାଚରେ ଅପରାଜିତ ଶତକ ଅର୍ଜନ କରିଥିବା ବେଳେ ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ଏ.ବି ଡି’ଭିଲିୟର୍ସ ପ୍ରମୁଖ ଭଲ ଫର୍ମରେ ରହିଛନ୍ତି। ହର୍ଷଲ ପଟେଲ ୧୨ଟି ୱିକେଟ ନେଇ ଆଗରେ ଥିବା ବେଳେ ମହମ୍ମଦ ସିରାଜ୍, କେନ୍ ରିଚାର୍ଡସନ, କାଏଲ୍ ଜେମିସନ ଓ ଯୁଜୁବେନ୍ଦ୍ର ଚହଲ ଭଲ ବୋଲିଂ କରୁଛନ୍ତି। ଚେନ୍ନଇକୁ ପରାସ୍ତକରି ବାଙ୍ଗାଲୋର ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରଖିଛି। ଅଭିଜ୍ଞ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦରାବାଦ୍ ବିପକ୍ଷରେ ଅନଭିଜ୍ଞ ଋଷଭ ପନ୍ତ୍ଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ୪ଟି ମ୍ୟାଚରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇଛି। ଓପନର ଶିଖର ଧାୱାନ ଚମତ୍କାର ଫର୍ମରେ ରହିଥିବାବେଳେ ପୃଥ୍ବୀ ସ’ ଓ ଋଷଭ ପନ୍ତ୍ ଭଲ ବ୍ୟାଟିଂ କରୁଛନ୍ତି। ଷ୍ଟିଭ୍ ସ୍ମିଥ୍ ଓ ମାର୍କସ ଷ୍ଟୋଇନିସ୍ଙ୍କର ବଡ଼ ଇନିଂସ ଖେଳିବାର ଦକ୍ଷତା ରହିଛି।

କାଗିସୋ ରାବଡା, ଆଭେସ୍ ଖାଁ, କ୍ରିସ୍ ୱକ୍ସ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଥିବାବେଳେ ଗତ ମ୍ୟାଚରେ ବରିଷ୍ଠ ସ୍ପିନର ଅମିତ୍ ମିଶ୍ର ଚମତ୍କାର ବୋଲିଂ କରିଥିଲେ। ବିଜୟଧାରା ବଜାୟ ରଖିବାକୁ ପନ୍ତ୍ ଆଶାବାଦୀ ରହିଛନ୍ତି। ଅନ୍ୟପକ୍ଷରେ ଡେଭିଡ୍ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍ କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ଶେଷ ମ୍ୟାଚରେ ପଞ୍ଜାବକୁ ହରାଇ ବିଜୟଧାରାକୁ ଫେରିଛି। ଜନି ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ସମେତ ମନୀଷ ପାଣ୍ଡେ ରନ୍ କରୁଛନ୍ତି। କେନ୍ ୱିଲିୟମସନ ଦଳକୁ ଫେରିବା ପରେ ବ୍ୟାଟିଂ ଶକ୍ତିଶାଳୀ ହୋଇଛି। ରସିଦ୍ ଖାଁ ଓ ଭୁବନେଶ୍ବର କୁମାର ଭଲ ବୋଲିଂ କରୁଛନ୍ତି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories