www.samajalive.in
Sunday, December 14, 2025
19.1 C
Bhubaneswar

ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୨ରେ ମୁମ୍ବଇ

ଚେନ୍ନଇ: ପେସ୍ ବୋଲର ଆକାଶ ମଢ଼ୱାଲଙ୍କ ୫ ୱିକେଟ ଦଖଲ ବଳରେ ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପହଞ୍ଚିଛି ୫ ଥର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ। ବୁଧବାର ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୮୧ ରନ୍‌ରେ ମୁମ୍ବଇ ପରାସ୍ତ କରିଛି। କାମେରନ୍ ଗ୍ରୀନ୍‌ଙ୍କ ୪୧ ଓ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ୩୩ ରନ୍‌ ସହ କିଛି ଉପଯୋଗୀ ଯୋଗଦାନ ବଳ​‌େ​‌ର ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୮ ୱିକେଟରେ ୧୮୨ ରନ୍‌ କରିଥିଲା। ପରେ ମାର୍କସ ଷ୍ଟଇନିସ୍‌ଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍‌ସମ୍ୟାନ ବିଫଳ ହେବାରୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୧୬.୩ ଓଭରରେ ୧୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ମଢ଼ୱାଲ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇ ଲକ୍ଷ୍ନୌର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୩ ବର୍ଷ ପରେ ପ୍ଲେଅଫ୍‌ରେ ପହଞ୍ଚିଥିବା ଏବଂ ଗତବର୍ଷ ଅନ୍ତିମ ସ୍ଥାନରେ ରହିଥିବା ମୁମ୍ବଇ ଶୁକ୍ରବାର ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କ୍ବାଲିଫାୟର-୨ ଖେଳିବ। ଏହି ମ୍ୟାଚ୍‌ର ବିଜେତା ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ରବିବାର ଫାଇନାଲ ଖେଳିବ। କ୍ରମାଗତ ୨ୟ ସଂସ୍କରଣରେ ଲକ୍ଷ୍ନୌ ଏଲିମିନେଟରରେ ହାରି ବିଦାୟ ନେଇଛି।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପର୍ଯ୍ୟୟ ସହ ୧୮୩ ରନ୍‌ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ମାତ୍ର ୨୩ ରନ୍‌ରେ ଲକ୍ଷ୍ନୌ ଦୁଇ ଓପ୍‌ନରଙ୍କୁ ହରାଇଥିଲା। ପ୍ରେରକ ମଙ୍କଡ଼ ୩ ରନ୍‌କରି ବିଦାୟ ନେଇଥିଲେ। କ୍ବିଣ୍ଟନ ଡି କକ୍‌ଙ୍କ ସ୍ଥାନରେ ଖେଳିଥିବା ୱେଷ୍ଟଇଣ୍ଡିଜ୍‌ର କାଏଲ୍‌ ମେୟର୍ସ ୧୩ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌କରି ଆଉଟ୍‌ ହୋଇଥିଲେ। ମାର୍କସ ଷ୍ଟଇନିସ୍‌ କ୍ରିଜ୍‌କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ଜଗିରଖି ଖେଳିଥିଲେ। ଦୁହେଁ ୩୦ ବଲ୍‌ରୁ ୪୭ ରନ୍‌ ଯୋଡ଼ିବା ପରେ କ୍ରୁନାଲ ୧୧ ବଲ୍‌ରୁ ମାତ୍ର ୮ ରନ୍‌କରି ଆଉଟ୍‌ ହୋଇଥିଲେ। ଆକାଶ ମଢ଼ୱାଲ ଲାଗଲାଗ ୨ଟି ବଲ୍‌ରେ ୨ଟି ୱିକେଟ ନେଇ ଲକ୍ଷ୍ନୌକୁ ଚାପରେ ପକାଇଥିଲେ। ଆୟୁଷ ବଦୋନି ୧ ରନ୍‌କରି ବିଦାୟ ନେବାର ପରବର୍ତ୍ତୀ ବଲ୍‌ରେ ନିକୋଲାସ୍ ପୁରନ୍‌ ଆଉଟ୍‌ ହୋଇ ଯାଇଥିଲେ। ୭୪ ରନ୍‌ରେ ଲକ୍ଷ୍ନୌ ୫ଟି ୱିକେଟ ହରାଇବା ପରେ ଦଳର ସମସ୍ତ ଆଶା ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ଠୁଳ ଥିଲା। ହେଲେ ଦୁଇ ବ୍ୟାଟ୍‌ସମ୍ୟାନ୍ ୨ୟ ରନ୍‌ ନେବା ବେଳେ ଧକ୍କାହେବାରୁ ଷ୍ଟଇନିସ୍‌ ରନ୍‌ଆଉଟ୍‌ ହୋଇ ଯାଇଥିଲେ। ମାର୍କସ ଷ୍ଟଇନିସ୍‌ ୨୭ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୦ ରନ୍‌ କରିଥିଲେ। ୧୨ ରନ୍‌ରେ ଶେଷ ୫ଟି ୱିକେଟ ହରାଇ ଲକ୍ଷ୍ନୌ ପରାସ୍ତ ହୋଇଥିଲା। ଉତ୍ତରାଖଣ୍ଡର ଆକାଶ ମଢ଼ୱାଲ ୩.୩ ଓଭରରୁ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇଥିଲେ। ଆଇପିଏଲ୍‌ ଇତିହାସରେ ଏହା ସବୁଠାରୁ କମ୍ ରନ୍ ଦେଇ ୫ ୱିକେଟ ଦଖଲ। ଏପରି ପ୍ରଦର୍ଶନ ପାଇଁ ୨୯ ବର୍ଷ ବୟସ୍କ ମଢ଼ୱାଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

- Advertisement -

ମୁମ୍ବଇ ଇଣ୍ଡିଆନ୍‌ସ ଟସ୍ ଜିତି ବ୍ୟାଟିଂ କରିଥିଲା। ୩୮ ରନ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସର ଦୁଇ ଓପ୍‌ନର ପାଭିଲିଅନ୍‌କୁ ଫେରି ଯାଇଥିଲେ। ଅଧିନାୟକ ରୋହିତ ଶର୍ମା ୧୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଅନ୍ୟ ଓପ୍‌ନର ଈଶାନ୍ କିଷନ୍ ୧୨ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ପରେ ଗତ ମ୍ୟାଚ୍‌ର ଶତକ ହାସଲକରୀ କାମେରନ୍ ଗ୍ରୀନ୍ ଓ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଆକ୍ରମଣ କରି ୩ୟ ୱିକେଟ ପାଇଁ ୩୮ ବଲ୍‌ରୁ ୬୬ ରନ୍‌ ଯୋଡ଼ିଥିଲେ। ହେଲେ ଲକ୍ଷ୍ନୌର ପେସ୍‌ ବୋଲର ନବିନ୍ ଉଲ୍‌ ହକ୍ ଗୋଟିଏ ଓଭରରେ ଉଭୟଙ୍କୁ ପାଭିଲିଅନ୍ ପଠାଇ ଦେଇଥିଲେ। ଅଷ୍ଟ୍ରେଲୀୟ କାମେରନ୍‌ ଗ୍ରୀନ୍ ବିସ୍ଫୋରକ ବ୍ୟାଟିଂକରି ୨୩ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୧ ରନ୍‌ କରିଥିଲେ। ସୂର୍ଯ୍ୟକୁମାର ୨୦ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‌ କରିଥିଲେ। ୧୧ ଓଭରରେ ୧୦୫ ରନ୍‌ରେ ୪ଟି ୱିକେଟ ପଡ଼ିବାରୁ ଶେଷ ୯ ଓଭରରୁ ମାତ୍ର ୭୭ ରନ୍‌ ହୋଇଥିଲା। ତିଳକ ବର୍ମା ଓ ଟିମ୍ ଡେଭିଡ୍‌ ୩୩ ବଲ୍‌ରୁ ୪୩ ରନ୍‌ ଯୋଡ଼ିିଥିଲେ। ଟିମ୍ ଡେଭିଡ୍‌ ୧୩ ବଲ୍‌ରୁ ଗୋଟିଏ ଚୌକା ସହ ମାତ୍ର ୧୩ ରନ୍‌ କରିଥିଲେ। ତିଳକ ବର୍ମା ୨୨ ବଲ୍‌ରୁ ୨ଟି ଛକା ସହ ୨୬ ରନ୍‌ କରିଥିଲେ। ନେହଲ ୱଧେରାଙ୍କ ପ୍ରୟାସ ଯୋଗୁଁ ଶେଷ ଓଭରରେ ୧୪ ରନ୍‌ ହୋଇଥିଲା। ୱଧେରା ୧୨ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌ କରିଥିଲେ। ଆଫ୍‌ଗାନିସ୍ତାନର ନବିନ୍ ଉଲ୍‌ ହକ୍ ୪ଟି ଓ ଯଶ ଠାକୁର ୩ଟି ୱିକେଟ ପାଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories