www.samajalive.in
Sunday, December 14, 2025
17.1 C
Bhubaneswar

ରାହୁଲଙ୍କୁ ୧୫ କୋଟି ଟଙ୍କାରେ ନେଲା ଲକ୍ଷ୍ନୌ

ମୁମ୍ବଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ-୨୦୨୨) ମେଗା ଖେଳାଳି ନିଲାମ ପୂର୍ବରୁ ୩ଜଣଙ୍କ ନାମକୁ ସ୍ପ​‌ଷ୍ଟ କରିଛି ନୂତନ ଭାବେ ସାମିଲ ହୋଇଥିବା ଲକ୍ଷ୍ନୌ ଦଳ। ଭାରତୀୟ ଦଳର ଓପନର ଲୋକେଶ ରହୁଲ, ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ମାର୍କୋସ ଷ୍ଟୋଇନିସ୍ ଓ ସ୍ପିନର ରବି ବିଷ୍ଣୋଇଙ୍କୁ ଦଳରେ ଲକ୍ଷ୍ନୌ ସାମିଲ କରିଛି। ଇଏସ୍‌ପିଏନ କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁଯାୟୀ, ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ ରାହୁଲଙ୍କୁ ଦଳର ଅଧିନାୟକ କରିଥିବାବେଳେ ଷ୍ଟୋଇନିସ୍ ଓ ବିଷ୍ଣୋଇଙ୍କୁ ମଧ୍ୟ କ୍ରୟ କରିଛି। ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁଯାୟୀ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌ ଆସନ୍ତା ଫେବୃଆରୀ ୧୨ ଓ ୧୩ରେ ବାଙ୍ଗାଲୋରରେ ହେବାକୁ ଥିବା ମେଗା ଖେଳାଳି ନିଲାମରେ ୯୦ କୋଟି ଟଙ୍କା ଖେଳାଳି କ୍ରୟ କରିବାର ଲକ୍ଷ୍ୟ ରଖିଛି।

ରାହୁଲଙ୍କୁ ୧୫ କୋଟି, ଷ୍ଟୋଇନିସ୍ ୧୧ କୋଟି, ବିଷ୍ଣୋଇଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଥିବା ଜଣାପଡିଛି। ୩ ଖେଳାଳିଙ୍କୁ କ୍ରୟରେ ଲକ୍ଷ୍ନୌ ୩୦ କୋଟି ଟଙ୍କା ବ୍ୟୟ କରିଥିବାବେଳେ ଅବଶିଷ୍ଟ ୬୦ କୋଟି ଟଙ୍କାରେ ଅବଶିଷ୍ଟ ଖେଳାଳି କ୍ରୟ କରିବ। ରାହୁଲ ପଞ୍ଜାବ କିଙ୍ଗ୍‌ସର ଶେଷ ଦୁଇ ସିଜିନ ହେବ ନେତୃତ୍ବ ନେଉଥିବାବେଳେ ବିଷ୍ଣୋଇ ମଧ୍ୟ ଉକ୍ତ ଦଳରେ ରହିଥିଲେ। ଷ୍ଟୋଇନିସ୍ ଦିଲ୍ଲୀ କ୍ୟାପିଟାଲ୍‌ ଦଳରେ ରହିଥିଲେ। ବର୍ତ୍ତମାନ ରାହୁଲ ଦକ୍ଷିଣଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନ​‌ାୟକ ଦାୟିତ୍ବ ତୁଲାଉଛନ୍ତି । ୨୦୧୩ରେ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୪ରେ ସନରାଇଜର୍ସ ହାଇଦରାବାଦ୍‌ ରାହୁଲଙ୍କୁ ଦଳରେ ସାମିଲ କରିଥିଲା। ୨୦୧୬ରେ ରାହୁଲ ପୁନର୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ।

- Advertisement -

୨୦୧୮ ମେଗା ଖେଳାଳି ନିଲାମରେ ପଞ୍ଜାବ କିଙ୍ଗ୍‌ସ ରାହୁଲଙ୍କୁ କ୍ରୟ କରିଥିଲା। ଗତ ୨୦୨୦ ଓ ୨୦୨୧ରେ ରାହୁଲ ପଞ୍ଜାବ କିଙ୍ଗ୍‌ସର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ରାହୁଲ ୫୫ଟି ଆଇପିଏଲ ଇନିଂସ ଖେଳି ୨ଟି ଶତକ, ୨୫ଟି ଅର୍ଦ୍ଧଶତକ ସହ ୫୬.୫୨ ପ୍ରତିଶତ ହାରରେ ୨୫୪୮ରନ କରିଛନ୍ତି। ସେହିପରି ମ​‌ାର୍କୋସ ଷ୍ଟୋଇନିସ୍‌ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲସ୍ ପକ୍ଷରୁ ଆଇପିଏଲ ଆରମ୍ଭ କରିଥିଲେ। ସେ ୨୭ଟି ମ୍ୟାଚ ଖେଳି ୪୪୧ରନ ସହ ୧୫ଟି ୱିକେଟ ନେଇଛନ୍ତି। ଗତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍‌ସ ଷ୍ଟୋଇନିସ୍‌ଙ୍କୁ ୪ କୋଟ ୮ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ୨୦୧୯ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ବକପର ସର୍ବାଧିକ ୱିକେଟ ହାସଲ କରିଥିବା ରବି ବିଷ୍ଣୋଇ ପଞ୍ଜାବ କିଙ୍ଗ୍‌ସରେ ସାମିଲ ହୋଇଥିଲେ। ସେ ଗତ ସିଜିନରେ ପଞ୍ଜାବ ପକ୍ଷରୁ ସର୍ବାଧିକ ୧୨ଟି ୱିକେଟ ନେଇଥିଲେ। ସୂଚନାଯୋଗ୍ୟ, ଆରପିଏସ୍‌ଜି ଗ୍ରୁପ ଲକ୍ଷ୍ନୌ ଦଳକୁ ୭୦୯୦ କୋଟି ଟଙ୍କାରେ କ୍ରୟ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories