www.samajalive.in
Friday, December 5, 2025
17.1 C
Bhubaneswar

ପୂଜାଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ : ବିବାଦୀୟ ମହିଳା ଟ୍ରେନି ଆଇଏଏସ ଅଫିସର ପୂଜା ଖେଡ୍‌କରଙ୍କ ଜାଲିଆତି ପ୍ରସଙ୍ଗରେ ତଦନ୍ତ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ ସଚିବ ମନୋଜ ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଜଣିକିଆ କମିଟି ଗଠନ କରାଯାଇଥିଲା। କମିଟି ଇତିମଧ୍ୟରେ ମନ୍ତ୍ରଣାଳୟକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ୨୦୨୩ ବ୍ୟାଚ୍‌ ଟ୍ରେନି ଆଇଏଏସ ପୂଜାଙ୍କୁ ମହାରାଷ୍ଟ୍ରର ପୁଣେ ସହରରେ ସହକାରୀ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କର ଜାଲିଆତି କାରବାର ପଦାରେ ପଡିଥିଲା। ପୂଜା ନିଜର ବ୍ୟକ୍ତିଗତ କାର୍‌ରେ ନାଲିବତି ଖଞ୍ଜିଥିବାବେଳେ ଅନ୍ୟ ଜଣେ ସହକାରୀ ଜିଲାପାଳଙ୍କ ପ୍ରକୋଷ୍ଠକୁ ମାଡିବସିଥିଲେ। ଅତ୍ୟଧିକ କ୍ଷମତା ଲୋଭ ଏବଂ ଔଦ୍ଧତ୍ୟ ପୂଜାଙ୍କୁ ବିବାଦୀୟ କରିଦେଇଥିଲା। ପୁଣେ ଜିଲାପାଳଙ୍କ ସୁପାରିସକୁ ଆଧାର କରି ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବ ପୂଜାଙ୍କୁ ୱାଶିମ ଜିଲାକୁ ବଦଳି କରିଥିଲେ। ପରବର୍ତ୍ତୀ ସମୟରେ ପୂଜାଙ୍କ ଏକାଧିକ ଜାଲିଆତି ଲୋକଲୋଚନକୁ ଆସିଥିଲା। ଜାଲ୍‌ ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ କରି ପୂଜା ସିଭିଲ ସର୍ଭିସ ପାଇଁ ଏକାଧିକ ସୁଯୋଗ ହାସଲ କରିଥିଲେ। ଏଥିସହିତ ସର୍ବଭାରତୀୟସ୍ତରରେ ୮୨୧ ୠାଙ୍କ ରଖିଥିବା ସତ୍ତ୍ବେ ସେ ଆଇଏଏସ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହା ଜଣାପଡିବା ପରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ କମିଟି ଗଠନ କରାଯାଇଥିଲା। ସିଭିଲ ସର୍ଭିସ ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥା ୟୁପିଏସ୍‌ସି ପକ୍ଷରୁ ପୂଜାଙ୍କ ବିରୋଧରେ ଏତଲା ଦିଆଯାଇଥିବାବେଳେ ଜୁଲାଇ ୨୩ ସୁଦ୍ଧା ତାଙ୍କୁ ମସୌରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନ ଫେରିଯିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ପୂଜା ମସୌରୀ ଫେରିନଥିବା ଜଣାପଡିଛି। ଅପରପକ୍ଷରେ ଦିଲ୍ଲୀ ପୁଲିସ ପକ୍ଷରୁ ପୂଜାଙ୍କ ବିରୋଧରେ ପୃଥକ ମାମଲା ମଧ୍ୟ ରୁଜୁ କରାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories