www.samajalive.in
Saturday, December 6, 2025
14.1 C
Bhubaneswar

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ଏକମାସରେ ୫୬ ମୃତ

ସିମଳା : ବିଗତ ଏକମାସ ମଧ୍ୟରେ ହିମାଚଳ ପ୍ରଦେଶରେ ବର୍ଷା ଓ ତତ୍‌ଜନିତ ଦୁର୍ଘଟଣାରେ ୫୬ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି। ଜୁନ ୨୭ରେ ହିମାଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ଉଚ୍ଚସ୍ଥାନରୁ ଖସି ୨୧ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୧୮, ସାପ କାମୁଡାରେ ଏବଂ ବିଦ୍ୟୁତ୍‌ ସଂସ୍ପର୍ଶରେ ପ୍ରତ୍ୟେକ ୮ ଏବଂ ଆକସ୍ମିକ ବନ୍ୟାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଭୂସ୍ଖଳନ କିମ୍ବା ବଜ୍ରପାତରେ କେହି ପ୍ରାଣ ହରାଇ ନାହାନ୍ତି। ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବାବେଳେ ମୋଟ ୪୧୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି। ଏଥିମଧ୍ୟରୁ ପୂର୍ତ୍ତ ବିଭାଗ ୧୭୨ କୋଟି ଏବଂ ଉଦ୍ୟାନ ବିଭାଗ ୧୩୯ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ ତରଫରୁ ରାଜ୍ୟର ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories