www.samajalive.in
Friday, December 5, 2025
26.1 C
Bhubaneswar

ଘରୋଇ ଉପାୟରେ ନିଅନ୍ତୁ ପାଦର ଯତ୍ନ

ସମାଜ ଡିଜିଟାଲ ଡେସ୍କ: ପାଗରେ ପରିବର୍ତ୍ତନ ହେବା ପରେ ଆମ ଶରୀରରେ ଏହାର ପ୍ରଭାବ ଦେଖିବାକୁ ମିଳେ । ପ୍ରବଳ ଖରା ଗରମ ପରେ ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଆମ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପଡିଥାଏ । ତ୍ୱଚା ଶୁଷ୍କ ହେବା ଆରମ୍ଭ କରେ । ଏହି କାରଣରୁ ଅନେକ ସମୟରେ ଆମ ପାଦ ମଧ୍ୟ ଫାଟିବା ବା ବର୍ଷା ପାଣିରେ କାମ କରିବା ଦ୍ୱାରା ପାଦରେ ପାଣି ଖାଇବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଆପଣ ଅନେକ ସମୟ ବାହାରକୁ ବୁଲି ଯିବାକୁ ଭଲ ପସନ୍ଦ କରନ୍ତି ନାହିଁ । ସମସ୍ୟା ବଢିବା ସହ ଗୋଡରେ ଯନ୍ତ୍ରଣା ମଧ୍ୟ ବଢିବାରେ ଲାଗେ । ଏଭଳି ପରିସ୍ଥିତିରେ ପାଦକୁ ସୁନ୍ଦର କରିବାକୁ ଚାହୁଁଥିରେ କିଛି ଘରୋଇ ଉପାୟ ଆପଣାନ୍ତୁ ।

ମହୁ:-
ପାଦ ଫାଟିବାରୁ ମୁକ୍ତି ପାଇବା ପାଇଁ ମହୁ ସବୁଠାରୁ ଭଲ ବିକଳ୍ପ ଅଟେ । ଏହାକୁ ଗୋଡରେ ଲଗାଇବା ଦ୍ୱାରା କୋମଳ କରିବା ସହ ପ୍ରାକୃତି ମଶ୍ଚରାଇଜର ଭଳି କାମ କରିଥାଏ । ଏଥିପାଇଁ ପାଣିରେ ମହୁ ମିଶାଇ ସେଥିରେ ପାଦକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଶୁଖିଲା କପଡାରେ ଗୋଡ ପୋଛି ତା ପରେ ସ୍କ୍ରବ୍ କରନ୍ତୁ । କିଛି ଦିନ ଏଭଳି କରିବା ଦ୍ୱାରା ଆପଣ ଫରକ ଦେଖିପାରିବେ ।

- Advertisement -

ପ୍ରବଳ ଗରମ ପାଇଁ ଆଖି ଲାଲ ପଡୁଛି କି? କଣ କରିବେ – Samaja Live

 

ଲୁଣ ଏବଂ ଉଷୁମ ପାଣି:-
ଗୋଡା ଲୁଣକୁ ବ୍ୟବହାର କରି ଆପଣ ପାଦ ଫାଟିବାକୁ ମୁକ୍ତି ପାଇପାରିବେ । ଏକ ଟବରେ ଉଷୁମ ପାଣି ପକାଇ ସେଥିରେ ଦୁଇ ଚାମଚ ଗୋଡା ଲୁଣ ମିଶାନ୍ତୁ । କିଛି ସମୟ ପାଇଁ ପାଦକୁ ସେଥିରେ ବୁଡାଇ ରଖନ୍ତୁ । କିଛି ସମୟ ପରେ ପାଦକୁ ଭଲ ଭାବରେ ସଫା କପଡାରେ ପୋଛି ଶୁଖାଇ ଦିଅନ୍ତୁ । ଯଦି ଆପଣ ନିୟମିତ ଏହି ପ୍ରକ୍ରିୟା କରୁଛନ୍ତି ତେବେ ପାଦ ନରମ ରହିବା ସହ ଟ୍ୟାନରୁ ମୁକ୍ତି ପାଇବେ ଏବଂ କୋମଳ ରହିବ।

ଗ୍ଲିସେରିନ୍ ଓ ଲେମ୍ବୁ:- 
ପାଦକୁ କୋମଳ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ। ଏଥିପାଇଁ ଏକ ପାତ୍ରରେ ଦୁଇ ଚାମଚ ଗ୍ଲିସେରିନ୍ ନେଇ ସେଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ନିୟମିତ ରାତିରେ ଗୋଡ଼ରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଆପଣଙ୍କ ଗୋଡ ସଫା ହେବା ସହ କୋମଳ ରହିବ ।

ଚାଉଳ ଗୁଣ୍ଡ :-
ଆପଣ ଚାଉଳ ଗୁଣ୍ଡକୁ ପାଦ ଫଟା କମାଇବା ପାଇଁ ବ୍ୟବହାର କରିପାରିବେ । ଏଥିପାଇଁ ଏକ ପାତ୍ରରେ ୨ ଚାମଚ ଚାଉଳ ଗୁଣ୍ଡ ନେଇ ସେଥିରେ ମହୁ ଏବଂ ସେଓ ପେଷ୍ଟକୁ ଭିନେଗାର ସହ ମିଶାନ୍ତୁ । ଏହାକୁ ପାଦ ଫାଟିଥିବା ସ୍ଥାନରେ ଲଗାଇ ୧୫-୨୦ ମିନିଟରେ ଧୋଇ ଦିଅନ୍ତୁ । ଦେଖିବେ କିଛି ଦିନରେ ପାଦ ଫଟା କମିବା ସହ ସଫା ଏବଂ କୋମଳ ରହିବ ।

ଏସବୁ ଘରୋଇ ଉପାୟରେ ଆପଣ ପାଦ ଫାଟିବା ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ହେଲେ ଏଥିରୁ ଯଦି ଆପଣ ଉପଶମ ପାଉନାହାଁନ୍ତି ତେବେ ଡାକ୍ତରଙ୍କ ପରାମର୍ଶ କରିବା ଜରୁରୀ ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories