www.samajalive.in
Friday, December 5, 2025
26.1 C
Bhubaneswar

ପ୍ରବଳ ଗରମ ପାଇଁ ଆଖି ଲାଲ ପଡୁଛି କି? କଣ କରିବେ

ସମାଜ ଡିଜିଟାଲ ଡେସ୍କ: ପ୍ରବଳ ଗରମ ଗୁଳୁଗୁଳି ଯୋଗୁ ଅନେକ ଲୋକଙ୍କର ବାନ୍ତି, ଜ୍ୱର ଏବଂ ବଦହଜମ ସହିତ ଆଖି ଲାଲ ପଡିବା ଭଳି ଲକ୍ଷଣ ଦେଖାଯାଇଥାଏ। ଏଭଳି ହେବା ଏକ ଗୁରୁତର ସମସ୍ୟା। ଆଖି ଲାଲ ପଡିବା ପଛରେ ପ୍ରକୃତ କାରଣ କଣ ଚାଲନ୍ତୁ ଜାଣିବା।…
ଆଖି ଲାଲ ହେବାର କାରଣ: ଅତ୍ୟଧିକ ସୂଯ୍ୟକିରଣ, ଉତ୍ତାପ ଓ ଧୂଳି ଆଖିରେ ପଡିବାରୁ ଆଖି ଅନେକ ସମୟରେ ଲାଲ ପଡିଯାଏ। ଡାକ୍ତରଙ୍କ ମତରେ ବଡୁଥିବା ତାପମାତ୍ରା, ଆଖିରେ ସିଧାସଳଖ ସୂର୍ଯ୍ୟକିରଣ ପଡିବା, ଧୂଳି, ଆଲର୍ଜି, ଜୀବାଣୁ, ଭାଇରାଲ ସଂକ୍ରମଣ କାରଣରୁ ଅନେକ ଲୋକଙ୍କ ଆଖି ଲାଲ ପଡିଥାଏ। ଆଖି ଲାଲ ପଡିଥିଲେ, କିମ୍ବା ପୋଡୁଥିଲେ ଏଥିରୁ ରକ୍ଷା ପାଇବା ପାଇଁ ବରଫ ପ୍ୟାକ୍‌‌ ପ୍ରୟୋଗ କରିପାରିବେ। ୫ରୁ ୧୦ମିନିଟ୍‌‌ ଆଖିରେ ବରଫ ପ୍ୟାକ୍‌‌ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଆରାମ ଲାଗିବ। ତଥାପି ଆଖିରେ ହାତ ଲଗାଇବା ପୂର୍ବରୁ ଭଲ ଭାବରେ ପ୍ରଥମେ ହାତକୁ ପରିଷ୍କାର ଭାବେ ଧୋଇବାକୁ ଜମାବି ଭୁଲିବେ ନାହିଁ।
ଆଖିର ଶୁଷ୍କତା ସମସ୍ୟାକୁ ଏଡାଇବା ପାଇଁ ଦିନସାରା ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଜରୁରୀ। ଯାହା ଫଳରେ ଶରୀର ହାଇଡ୍ରେଟ୍‌‌ ହୋଇ ରହିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଳ ଶରୀରରୁ ସଂକ୍ରମଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଗ୍ରୀଷ୍ମଋତୁରେ ଆଖିକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବାବେଳେ ୟୁଭି ସନଗ୍ଲାସ୍‌‌ ବା ଅତିବାଇଗଣି ରଶ୍ମୀରୁ ସୁରକ୍ଷା ଦେଉଥିବା ଚଷମା ପିନ୍ଧି ଯାଆନ୍ତୁ। ଏହା ସୂର୍ଯ୍ୟକିରଣ ଏବଂ ଧୂଳିରୁ ଆଖିକୁ ସୁରକ୍ଷିତ ରଖିବ।
ଗ୍ରୀଷ୍ମ ଋତୁରେ ପ୍ରବଳ ଝାଳ ବାହାରୁଥିବାରୁ ଏହା ଆଖିରେ ଯିବା ଦ୍ୱାରା ସଂକ୍ରମଣ ସୃଷ୍ଟି କରିଥାଏ। ତେଣୁ ଖରାରୁ ଘରକୁ ଆସିବା ପରେ ଭଲ ଭାବରେ ଆଖିକୁ ସଫା ପାଣିରେ ଧୋଇବା ଜରୁରୀ। ଏହାସହିତ ଆଖିକୁ ଥଣ୍ଡା ପାଣିରେ ଧୋଇ କିଛି କ୍ଳୋଡ୍‌‌ କ୍ରିମ୍‌‌ ଲଗାଇପାରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories