www.samajalive.in
Friday, December 5, 2025
26.1 C
Bhubaneswar

ଦୁଇ ଜୀବନ ବଞ୍ଚାଇ ଦେଇଗଲା ୨୧ ମାସର ଶିଶୁ

ଜଳେଶ୍ଵର : ୨୧ ମାସର ଶିଶୁ ପୁତ୍ରର ବ୍ରେନ୍ ଡେଡ୍ ଘୋଷଣା ପରେ ମହାନତା ଦେଖାଇଛନ୍ତି ପିତାମାତା। ଦୁଃଖରେ ଭାଙ୍ଗିପଡିଛନ୍ତି ସତ , ହେଲେ ନିଜ ପୁଅ ପ୍ରତ୍ୟୁଷ ପାଣିଗ୍ରାହୀର ଅଙ୍ଗଦାନ କରି ଅନ୍ୟ କାହାର ଜୀବନ ରକ୍ଷା କରିଛନ୍ତି। ୨୦୨୨ ଜୁଲାଇରେ ଜନ୍ମ ହୋଇଥିବା ଶିଶୁଟିର ଅନେକ ସ୍ଵାସ୍ଥ୍ୟଗତ ସମସ୍ୟା ସହ ସେ ଅସୁସ୍ଥ ହୋଇପଡିଥିଲା। ସେ ଅନେକ ଥର ହସ୍ପିଟାଲ ଆସିବା ସହ ଚିକିତ୍ସିତ ହୋଇ ପୁଣି ଘରକୁ ଫେରୁଥିଲା। ଶିଶୁଟି ୧୫ ଦିନ ତଳେ ମେନିନଜାଇଟିସ୍ ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଆଇସିୟୁରେ ଚିକିତ୍ସିତ ହେଉଥିବା ସମୟରେ ଶନିବାର ସେପ୍ଟିକ୍ ସକ୍ ହେବାପରେ ଶିଶୁଟିକୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ଶିଶୁଟିର ଅଙ୍ଗଦାନ ପାଇଁ  ଇଚ୍ଛା ପ୍ରକାଶ କରିଥିଲେ। ଶିଶୁଟିର ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲବିଏସରେ ଚିକିତ୍ସିତ ହେଉଥିବା ଜଣେ ଶିଶୁର ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିବାବେଳେ ଦୁଇଟି ବୃକକକୁ ରାଜଧାନୀର ଏକ ଡାକ୍ତରଖାନାରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ। ଆଜି ସୋରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories