www.samajalive.in
Saturday, December 6, 2025
26.1 C
Bhubaneswar

ଜୁନରେ ବଜାରକୁ ଆସିବ ଏହିସବୁ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ସମାଜ ଡିଜିଟାଲ ଡେସ୍କ: ଯୁବପିଢ଼ିଙ୍କ ମଧ୍ୟରେ ନୂଆ ନୂଆ ସ୍ମାର୍ଟଫୋନକୁ ନେଇ ସବୁବେଳେ ଉତ୍ସାହ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମୋବାଇଲ୍‌‌ ଫୋନ୍‌‌ ନିର୍ମାତା କମ୍ପାନୀ ବି ପ୍ରତିମାସରେ ନୂଆ ନୂଆ ଡିଜାଇନର ମୋବାଇଲ୍‌‌ ଫୋନ ବଜାରକୁ ଛାଡ଼ିଥାଆନ୍ତି। ଏହି କ୍ରମରେ ଆସନ୍ତା ଜୁନରେ ଭିଭୋ, ସାଓମି ଏବଂ ୱାନ୍‌‌ପ୍ଲସ ଭଳି କିଛି କମ୍ପାନୀ କିଛି ନୂଆ ଉତ୍ପାଦ ବଜାରକୁ ଛାଡ଼ିବାକୁ ଯୋଜନା ରଖିଛନ୍ତି। ଆସନ୍ତୁ ଜାଣିବା ସେସବୁ ନୂଆ ସ୍ମାର୍ଟଫୋନ୍‌‌ ବିଷୟରେ…

Vivo X Fold 3 Pro​:

- Advertisement -

ଜୁନରେ ଭିଭୋ କମ୍ପାନୀ ଏହାର ନୂତନ ଉତ୍ପାଦ Vivo X Fold 3 Pro​ ବଜାରକୁ ଛାଡ଼ିବା ନେଇ ଘୋଷଣା କରିଛି। ଜୁନ ୬ ମଧ୍ୟାହ୍ନ ୧୨ଟାରେ ଏହାର ବଜାର ପ୍ରବେଶ କରାଯିବ। ଏଥିରେ ୮.୦୩ ଇଞ୍ଚ ଆମେଲେଡ୍‌‌ ଇନର ଡିସ୍‌‌ପ୍ଲେ ରହିପାରେ। ଏହା ସହିତ ୬.୫୩ ଇଞ୍ଚ ଇଏକ୍ସଟର୍ନର ଆମୋଲେଡ୍‌‌ ଡିସ୍‌‌ପ୍ଲେ ଦିଆଯାଇପାରେ। ଫୋନରେ ୮ଜେନ୍‌‌ ୩ ଚିପ୍‌‌ସେଟ୍‌‌ ବ୍ୟବହାର କରାଯାଇଛି। ଏହାର ମୁଖ୍ୟ କ୍ୟାମେରା ୫୦ ମେଗା ପିକ୍‌‌ସେଲ ବିଶିଷ୍ଟ ରହିବ। ପାୱାର ବ୍ୟାକ୍‌‌ଅପ ପାଇଁ ୫୭୦୦ ଏମଏଏଚ୍‌‌ ବ୍ୟାଟେରି ରହିଛି। ଏହା ସହିତ ୧୦୦ ୱାଟ୍‌‌ ଏବଂ ୫୦ ୱାଟ୍‌‌ର ଚାର୍ଜର ମଧ୍ୟ ରହିଛି। ଏହାର ମୂଲ୍ୟ ସ୍ଥିର ହୋଇନାହିଁ।


Xiaomi Civi 4 Pro:
ସାଓମି ମଧ୍ୟ ଏକ ନୂଆ ସ୍ମାର୍ଟଫୋନ Xiaomi Civi 4 Proକୁ ଜୁନରେ ବଜାର ପ୍ରବେଶ କରାଇବାର ସମ୍ଭାବନା ରହିଛି। କମ୍ପାନୀ ଏହାର ମୂଲ୍ୟ ୪୯,୯୯୯ ଟଙ୍କା ରଖିବାର ସମ୍ଭାବନା ରହିଛି। ଏହାର ଏକ ଟିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜାରି କରାଯାଇଛି। ଏହି ମୋବାଇଲ୍‌‌ ଫୋନ ସିନେମାଟିକ୍‌‌ ଭିଜନ ସହିତ ଆସିବ।
OnePlus Nord CE4 Lite, OnePlus Nord 4:
ଅନ୍ୟତମ ପ୍ରମୁଖ ମୋବାଇଲ ଫୋନ୍‌‌ ନିର୍ମାତା ୱାନ୍‌‌ ପ୍ଲସ ଜୁନ ମଧ୍ୟଭାବରେ ଏକକାଳୀନ ୨ଟି ନୂଆ ସ୍ମାର୍ଟଫୋନ OnePlus Nord CE4 Lite ଏବଂ OnePlus Nord 4 ବଜାରକୁ ଛାଡ଼ିବାର ଯୋଜନା ରଖିଛି। ଏହି ଦୁଇ ମୋବାଇଲ୍‌‌ ଫୋନର ମୂଲ୍ୟ ପ୍ରାୟ ୨୪,୯୯୯ ଟଙ୍କା ରହିବାର ସମ୍ଭାବନା ଅଛି। ମିଡିଆଟେକ୍‌‌ ଡିମେନ୍‌‌ସିଟି ୧୨୦୦ ଚିପ୍‌‌ସେଟ ସହିତ ଏହା ବଜାରକୁ ଆସିବ। ଏଥିରେ ୪୮+୮+୨ ମେଗା ପିକ୍‌‌ସେଲ୍‌ର ବ୍ୟାକ୍‌‌ କ୍ୟାମେରା ସହିତ ୬.୫ ଇଞ୍ଚ ଫ୍ଲୁଇଡ୍‌‌ ଆମୋଲେଡ୍‌‌ ଡିସ୍‌‌ପ୍ଲେ ରହିଛି।

Oppo Reno 12:

ଓପୋ ମଧ୍ୟ ଏହାର ରେନୋ ସିରିଜର Oppo Reno 12 ମଡେଲକୁ ବଜାରକୁ ଛାଡ଼ିବ। ଏହାର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା ରହିବ। ଫୋନର ଫିଚର୍ସ ମଧ୍ୟରେ ୫୦୦୦ ଏମଏଏଚ୍‌‌ ବ୍ୟାଟେରୀ, ୫୦ ମେଗା ପିକ୍‌‌ସେଲ୍‌ର ମୁଖ୍ୟ କ୍ୟାମେରା, ଆଣ୍ଡ୍ରଏଡ୍‌‌ ୧୪ ଆଧାରିତ କଲର ଓଏସ ୧୪ ଏବଂ ମିଡିଆଟେକ୍‌‌ ଡିମେନସିଟି ୮୨୫୦ ଚିପ୍‌‌ସେଟ ରହିଛି।


Motorola Edge 50 Ultra, Motorola G85​:
ମୋଟୋରୋଲା କମ୍ପାନୀ ବି ୨ଟି ନୂଆ ମଡେଲ ଜୁନରେ ବଜାର ପ୍ରବେଶ କରାଇବ। ସେଗୁଡ଼ିକ ହେଲା Motorola Edge 50 Ultra ଏବଂ Motorola G85 ସ୍ମାର୍ଟଫୋନ। ଏହି ଦୁଇଟିର ମୂଲ୍ୟ ପ୍ରାୟତଃ ୬୫ ହଜାର ଟଙ୍କା ମଧ୍ୟରେ ରହିବ। ଫୋନରେ ୪୫୦୦ ଏମଏଏଚ୍‌‌ ବ୍ୟାଟେରୀ, ୧୨୫ ୱାଟ୍‌‌ର ଫାଷ୍ଟ ଚାର୍ଜିଂ, ୬.୭ ଇଞ୍ଚ ଡିସ୍‌‌ପ୍ଲେ ସହିତ ୬୪+୫୦+୫୦ ମେଗା ପିକ୍‌‌ସେଲ୍‌ର ୩ଟି ବ୍ୟାକ୍‌‌ କ୍ୟାମେରା ରହିବ।

 

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories