www.samajalive.in
Saturday, December 6, 2025
14.1 C
Bhubaneswar

ରାଜସ୍ୱରୁ ଖଣିି ବିଭାଗକୁ ହସ୍ତାନ୍ତର ପରେ ବି ସୁଧୁରିନି ଅବସ୍ଥା; ମନଇଚ୍ଛା ଚାଲିଛି ବାଲି ଉତ୍ତୋଳନ

ହରଭଙ୍ଗା: ବାଲି, ପଥର, ମାଙ୍କାଡା ପଥର ଭଳି ଲଘୁ ଖଣିଜ ଦ୍ରବ୍ୟର ବ୍ୟାପକ ଚୋରାଚାଲାଣ ରୋକିବା ଲକ୍ଷ୍ୟରେ ଗତ ଜାନୁଆରୀ ୨୦୨୩ରେ ରାଜସ୍ୱରୁ ଖଣି ବିଭାଗକୁ ବାଲି, ପଥର ଖାଦାନ ହସ୍ତାନ୍ତର କରାଯିବା ପାଇଁ ନୂଆ ନିୟମ କାର୍ଯ୍ୟକାରୀ କରାଗଲା। ଏହା ସହିତ ଇସ୍ପାତ ଓ ଖଣି ବିଭାଗକୁ ରାଜସ୍ୱରୁ ସମସ୍ତ ରେକର୍ଡ ହସ୍ତାନ୍ତର ପ୍ରକିୟା ପରେ ବି ବାଲି, ପଥର ଚୋରା ଚାଲାଣ କମିବା ନାଁ ଧରୁନି। ଫଳରେ ଲିଜଧାରୀ ଦୁଇ ଏକର ପରିମିତ ବାଲି ଖାଦାନ ନିଲାମ ନେଇଥିବାବେଳେ ସେହି ସ୍ଥାନରୁ ବାଲି ଉତ୍ତୋଳନ ପରିବର୍ତ୍ତେ ମନଇଚ୍ଛା ମହାନଦୀ ଶଯ୍ୟାର ବିଭିନ୍ନ ସ୍ଥାନରୁ ବେଆଇନ ବାଲି ଉତ୍ତୋଳନ କରି ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ନଜରକୁ ଆସିଛି। ଯାହାଫଳରେ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ଘଟୁଛି। ଅନ୍ୟପଟେ ଖଣି ବିଭାଗର ନିଦାବିଷ୍ଣୁ ଉପରେ ବଡ ପ୍ରଶ୍ନଚିହ୍ନ ଛିଡା ହୋଇଛି। ପ୍ରକାଶ ଯେ, ହରଭଙ୍ଗା ତହସିଲର ହରଭଙ୍ଗା, ଡିଆଁଘାଟ, ସୁରୁଣ୍ଡି, ସାକୁଶିଙ୍ଗା, ଖରଶଙ୍କୁଲେଇ, ବଙ୍କାପଡ଼ା, କରଡି ଭଳି ବିଭିନ୍ନ ବାଲି ଘାଟକୁ ନିଲାମ ଆକାରରେ ପ୍ରଦାନ କରାଯାଇଛି।

ସେହିପରି ଖରଭୁଇଁରେ ତିନି ଚାରିଗୋଟି ପଥର ଖାଦାନ ନିଲାମ ପ୍ରଦାନ କରାଯାଇଛି। ଲିଜଧାରୀ ନିଜ ଅଞ୍ଚଳରୁ କେତେ ପରିମାଣରେ ବାଲି, ପଥର ଉତ୍ତୋଳନ କରିବେ ସେ ନେଇ ଖଣି ବିଭାଗ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ମାତ୍ର ଲିଜଧାରୀ ବାଲି ଏବଂ ପଥର ଖାଦାନଗୁଡିକରେ ତାରବାଡ ଖାଦାନର ପରିମାଣ ସମ୍ପର୍କିତ କୌଣସି ସୂଚନାଫଳକ ନ ଲଗାଇ ମନଇଛା ଳଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଯୋଗୁଁ ପୂର୍ବପରି ସମାନ ଢାଞ୍ଚାରେ ବାଲି, ପଥର ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଏ ଦିଗରେ ଖଣି ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସିବା ବାଲି, ପଥର ବ୍ୟବସାୟୀ ଏବଂ ଖଣି ବିଭାଗର ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ତୁରନ୍ତ ଏ ଦିଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ଉଠୁଛି। ଏ ସମ୍ପର୍କରେ ବୌଦ୍ଧ ସହକାରୀ ଖଣି ଅଧିକାରୀ ମନୋହର ମହନ୍ତଙ୍କୁ ପଚାରିବାରୁ ଲିଜଧାରୀଙ୍କୁ ସେମାନଙ୍କ ଅଞ୍ଚଳ ଅନୁସାରେ ଆମେ ଇ-ପାସ୍ ଦେଉଛୁ। ଯଦି କେଉଁଠି ଏଭଳି ବେନିୟମ ବାଲି, ପଥର ଉତ୍ତୋଳନ ହେଉଥାଏ ତାହେଲେ ଆମେ ସେ ଦିଗରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories