www.samajalive.in
Monday, December 15, 2025
16.1 C
Bhubaneswar

ଚାକିରିରେ ସାକ୍ଷାତକାର ଉଚ୍ଛେଦ ପ୍ରକ୍ରିୟା ମନ୍ଥର: ବିରକ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚାକିରି ପାଇଁ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଓଡ଼ିଶା ସମେତ ୯ଟି ରାଜ୍ୟକୁ କହିଛନ୍ତି। ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି କ୍ଷେତ୍ରରେ ଏହି ବ୍ୟବସ୍ଥା ଉଚ୍ଛେଦ କରିବାକୁ କୁହାଯାଇଥିଲା।
କେନ୍ଦ୍ର କାର୍ମିକ ଓ ତାଲିମ୍‍ ମନ୍ତ୍ରୀ ଡ ଜିତେନ୍ଦ୍ର ସିଂହ ଓଡ଼ିଶା ସମେତ ଜମ୍ମୁ-କଶ୍ମୀର, ହରିଆନା, ନାଗାଲ୍ୟାଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ମେଘାଳୟ, ମିଜୋରାମ୍‍, ସିକିମ୍‍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ କରି ନଥିôବାରୁ ବିରକ୍ତି ପ୍ରକାଶ କରିଛନ୍ତି। ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଗରେ ନିଯୁକ୍ତି ପୂର୍ବରୁ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ କହିଥିଲେ। ଦେଶର ୨୦ଟି ରାଜ୍ୟ ପ୍ରଧାନମନ୍ତ୍ରୀଙ୍କ ଉଚ୍ଛାକୁ ସମ୍ମାନ ଜଣାଇ ସାକ୍ଷାତକାର ବ୍ୟବସ୍ଥା ଉଚ୍ଛେଦ କରିଥିବା ବେଳେ ଉପରୋକ୍ତ ୯ଟି ରାଜ୍ୟ ଏ ପର୍ଯ୍ୟନ୍ତ ପୁରୁଣାକାଳିଆ ବ୍ୟବସ୍ଥା ଜାରି ରଖିଛନ୍ତି। ୨୦୧୬ ଏପ୍ରିଲ୍‍ ୨୨ତାରିଖରେ ଏହି ମର୍ମରେ କେନ୍ଦ୍ର ସଚିବାଳୟ ସାଧାରଣ ପ୍ରଶାସନ ବିଭାଗ, ପ୍ରମୁଖ ସଚିବ ଓ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲେଚାନା କରାଯାଇଥିଲା। ସମସ୍ତ କେନ୍ଦ୍ରୀୟ ବିଭାଗରେ ଉପରୋକ୍ତ ତିନି ବର୍ଗର ନିଯୁକ୍ତି କ୍ଷେତ୍ରରେ ସାକ୍ଷାତକାର ବ୍ୟବସ୍ଥା ଉଠିଯାଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories