www.samajalive.in
Sunday, December 14, 2025
26.1 C
Bhubaneswar

ଗୁଜୁରାଟ: ସଡକ ଦୁର୍ଘଟଣାରେ  ୧୯ ମୃତ

ଅହମ୍ମଦାବାଦ:  ଗୁଜୁରାଟର ଭାବନଗରରେ ଥିବା ବାଭୟାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଶ୍ରମିକ ବୋଲି ଜଣା ପଡିଛି । ଏକ ନିର୍ମାଣ କାର୍ଯ୍ୟପାଇଁ ଟ୍ରକରେ ସିମେଣ୍ଟ ବସ୍ତା ଯାଉଥିଲା । ଭାବନଗର-ଅହମ୍ମଦାବାଦ ରାଜପଥର ବାଭୟାଲି ନିକଟରେ ଏହି ଟ୍ରକଟି ଏକ ଖାତ ମଧ୍ୟକୁ ଓଲଟି ପଡିଥିଲା । ସିମେଣ୍ଟ ବସ୍ତା ଉପରେ ବସିଥିବା ଶ୍ରମିକମାନେ ଟ୍ରକ ଓଲଟିବାପରେ ଏହାର ତଳେ ରହିଯାଇଥିଲେ ।

ଘଟଣାସ୍ଥଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ବାଭୟାଲିରେ ଥିବା ଏକ ସରାକାରୀ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାପରେ ଟ୍ରକର ଚାଳକ ଫେରାର ହୋଇଯାଇଛି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories