www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶାର ଗ୍ରାମାଞ୍ଚଳରେ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୫ ବର୍ଷରେ ୧୫ଗୁଣ ବଢିଛି

ଭୁବନେଶ୍ୱର: ଓଡ଼ିଶାରେ ଗ୍ରାମାଂଚଳ ଇଂଟରନେଟ ବ୍ୟବହାରକାରୀ ସଂଖ୍ୟାରେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଘଟିଛି ଏବଂ ଗତ ୫ ବର୍ଷ ମଧ୍ୟରେ ଏହା ୧୫ ଗୁଣ ବୃଦ୍ଧିପାଇଛି। ଦୂରସଂଚାର କମ୍ପାନୀଗୁଡିକ ଦ୍ୱାରା ୪ଜି ନେଟୱର୍କର ସମ୍ପ୍ରସାରଣ ଯୋଗୁ ଏହା ସମ୍ଭବ ହୋଇପାରିଛି। ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରୁ ବିଛିନ୍ନ ରହିଥିବା ଓଡ଼ିଶାର ଅନେକ ଦୁର୍ଗମ ତଥା ଆଭ୍ୟନ୍ତରୀଣ ଇଲାକାଗୁଡିକୁ ଅତ୍ୟାଧୁନିକ ୪ଜି ନେଟ୍ୱର୍କ ସଂପ୍ରସାରଣ ଜରିଆରେ ଡିଜିଟାଲ ବିପ୍ଳବର ପଥପ୍ରଶସ୍ତ କରିଛି ରିଲାଏନ୍ସ ଜିଓ। କୋଭିଡ-୧୯ ମହାମାରୀ ଯୋଗୁଁ ଲୋକମାନଙ୍କର ଭାବ ବିନିମୟ ଏବଂ ଯୋଗାଯୋଗ ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ ଆସିଛି। ଜନସାଧାରଣ ଯେଉଁଭଳି ଭାବରେ ଯୋଗଯୋଗ ସ୍ଥାପନ, ଶିକ୍ଷା ଆହରଣ, କାମ କରିବା, କିଣାକିଣି, ମନୋରଂଜନ ଏବଂ ଆର୍ଥିକ ଦୃଷ୍ଟିରୁ ଦେଣନେଣ କରୁଥିଲେ, ସେଥିରେ ବ୍ୟାପକ ପରିବର୍ତନ ଘଟିଛି। ଅଧିକରୁ ଅଧିକ ଲୋକେ ଡିଜିଟାଲ ସେବାକୁ ଆପଣେଇ ନେବାର ଏହି ପରିବର୍ତନ ଏବେ ଆଉ କେବଳ ସହରଗୁଡିକରେ ସୀମିତ ହୋଇ ରହିନାହିଁ, ବରଂ ଅଧିକାଂଶ ଗ୍ରାମାଂଚଳ ବଜାର ତଥା ଆଦିବାସୀ ଅଧ୍ୟୁଷିତ ଆଭ୍ୟନ୍ତରୀଣ ଇଲାକାଗୁଡିକରେ ମଧ୍ୟ ନିଜର ଉପସ୍ଥିତି ଜାହିର କରିସାରିଛି। ଏହି ପରିବର୍ତନ ପଛରେ ମୁଖ୍ୟ କାରକ ହୋଇଛି ଦୂରସଂଚାର ସେବା ଯୋଗାଣକାରୀଙ୍କ ଦ୍ୱାରା ଗ୍ରାମାଂଚଳରେ ହାଇସ୍ପିଡ ୪ଜି ନେଟୱର୍କର ବ୍ୟାପକ ଉପଲବ୍ଧତା ଯାହା ଛୋଟ ବଡ ଗାଁ ତଥା ଅଳ୍ପ କେତେଶହ ଜନସଂଖ୍ୟା ବିଶିଷ୍ଟ ପଲ୍ଲୀଗୁଡିକରେ ମଧ୍ୟ ପହଂଚିଛି। ୨୦୧୬ରେ ଓଡିଶାରେ ଗ୍ରାମାଂଚଳ ଇଂଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମାତ୍ର ୮.୭ ଲକ୍ଷ ଥିବାବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ତାହା ୧.୩୧ କୋଟିରୁ ଅଧିକ ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏଥିରେ ଜିଓର ମୁଖ୍ୟଭାଗ ଅବଦାନ ରହିଛି, ଯାହାର ଓଡ଼ିଶାରେ ସର୍ବବୃହତ ୪ଜି ନେଟୱର୍କ ଉପସ୍ଥିତି ସହିତ ସର୍ବାଧିକ ସଂଖ୍ୟକ ୪ଜି ମୋବାଇଲ ଟାୱାର ରହିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories