ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଡେସ୍କ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାଙ୍କ ସଫଳତା ତଥା ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପ୍ରଦର୍ଶନକୁ ପାଳନ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ରେ ଏହି ଦିବସ ପାଳନ କରାଯାଏ। ଏହି ଦିନ ମହିଳାମାନଙ୍କର ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସଫଳତାକୁ ପାଳନ କରାଯାଏ। ଏହି ଦିବସରେ ପ୍ରତ୍ୟେକ ବର୍ଗର ମହିଳାମାନଙ୍କ ଅସାଧାରଣ ଭୂମିକା, ସାହସ ଏବଂ ନିଷ୍ଠାପର କାର୍ଯ୍ୟର ଆଲୋଚନା କରାଯାଇଥାଏ।

ଚଳିତ ବର୍ଷ ଜାତିସଂଘ ଅନ୍ତର୍ଜାତୀୟ ମହିଳା ଦିବସ ପାଳନର ବାର୍ତ୍ତା ରଖିଛି, ଲିଙ୍ଗଗତ ସମାନତା ପାଇଁ ନୂଆ ବିଚାର ଏବଂ ପ୍ରଯୁକ୍ତିବିଦ୍ୟା। ନୂଆ ବିଚାର ଏବଂ ପ୍ରଯୁକ୍ତିବିଦ୍ୟା ତଥା ଡିଜିଟାଲ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କ ଅଗ୍ରଗତି ଏହି ବର୍ତ୍ତର ଉଦ୍ଦେଶ୍ୟ।

Comments are closed.