www.samajalive.in
Saturday, December 6, 2025
14.1 C
Bhubaneswar

ଅନ୍ତର୍ଜାତୀୟ ମହିଳା ଦିବସ ; ନାରୀଙ୍କୁ ସମ୍ମାନ ଓ ଏହାର ମହତ୍ତ୍ୱ

ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଓ ସ୍ନେହ ପ୍ରଦାନ ପୂର୍ବକ ମହିଳାଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନିତ କରିବା ଉଚିତ। ସଂସ୍କୃତରେ ଏକ ଶ୍ଲୋକ ରହିଛି ଯାହାର ଅର୍ଥ ଯେଉଁଠାରେ ନାରୀଙ୍କୁ ସର୍ବଦା ସମ୍ମାନ ଓ ସ୍ନେହ ପ୍ରଦାନ କରାଯାଏ ସେଠାରେ ଦେବତା ବାସ କରିଥାଆନ୍ତି।
ମାଆ ଅର୍ଥାତ ମାତାଙ୍କ ରୂପରେ ନାରୀ। ପୃଥବୀରେ ନିଜର ଏହି ପବିତ୍ର ରୂପରେ ପରିଚିତ ନାରୀ। ମା’ ଅର୍ଥାତ ଜନନୀ। ମାଆଙ୍କୁ ଈଶ୍ୱର ଠାରୁ ବଡ଼ ବୋଲି ମଧ୍ୟ ବିବେଚନା କରାଯାଏ। ତେଣୁ ପ୍ରତ୍ୟେକ ପିଲାମାନେ ନିଜ ମାଆଙ୍କୁ ସର୍ବଦା ଉପଯୁକ୍ତ ସମ୍ମାନ ଦେବା ଆବଶ୍ୟକ।
ଧିରେ ଧିରେ ପରିସ୍ଥିତି ସହ ସମୟ ବଦଳିଛି। ପୂର୍ବରୁ ନାରୀଙ୍କ ସ୍ୱତନ୍ତ୍ରତା ଉପରେ ବହୁ କଟକଣା ଲାଗୁ ରହିଥିଲା। ମାତ୍ର ବର୍ତ୍ତମାନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ। ତେଣୁ ନାରୀଙ୍କ ଦୁର୍ବଳ ଭାବିବା ଭୁଲ। ପୂର୍ବ ସମୟରେ ନାରୀଙ୍କୁ ଦୁର୍ବଳ ବୋଲି କୁହାଯାଉଥିଲା, ମାତ୍ର ଆଜି ନାରୀ ନିଜର ପରିଶ୍ରମ, ଇଚ୍ଛାଶକ୍ତି ଦ୍ୱାରା ନିଜର ପ୍ରବିଣତା ହାସଲ କରିପାରିଛି। ତାଙ୍କର ଏହି ପ୍ରତିଭାକୁ ସର୍ବଦା ସମ୍ମାନ କରିବା ଉଚିତ। ତାଙ୍କର ଇଚ୍ଛା ଶକ୍ତି , କାର୍ଯ୍ୟ ଦକ୍ଷତା ଓ ବିଭିନ୍ନ କଷଟି ପଥରେ ଅତିକ୍ରମ କରି ସଫଳତା ପ୍ରାପ୍ତି , ଏହି କାରଣରୁ ହିଁ ସଭିଁଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟି ଥାଆନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories