www.samajalive.in
Saturday, December 6, 2025
15.1 C
Bhubaneswar

ଜମାକାରୀ ନିଶ୍ଚିନ୍ତ ରୁହନ୍ତୁ, ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କର ଦେବାଳିଆ ସ୍ଥିତି ସାମ୍ନାକୁ ଆସିବା ପରେ ଜମାକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଟଙ୍କା ଉଠାଣ ଉପରେ କଟକଣା ଜାରି କରିବା ପରେ ଗ୍ରାହକମାନେ ଟଙ୍କା ଉଠାଇବା ଲାଗି ଏଟିଏମ କାଉଣ୍ଟରରେ ଭିଡ଼ ଲଗାଉଛନ୍ତି। ଟଙ୍କା ବୁଡ଼ିଯିବା ନେଇ ଆଶଙ୍କା କରି ଜମାକାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ତେବେ ସେମାନଙ୍କୁ ଅଶ୍ଵସ୍ତ ରହିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରାମର୍ଶ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ଜମାକାରୀମାନେ ନିଶ୍ଚିନ୍ତ ରୁହନ୍ତୁ, ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି। ଲୋକଙ୍କ ସ୍ବାର୍ଥକୁ ସରକାର ପ୍ରାଥମିକତା ଦେଉଛନ୍ତି। ସରକାର ଏବଂ ଆରବିଆଇ ୟେସ୍ ବ୍ୟାଙ୍କର ସମସ୍ୟା ସମାଧାନ କରିବାକୁ ମିଳିତ ଭାବେ ଉଦ୍ୟମ କରୁଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ଏହି ସମସ୍ୟାକୁ ତଦାରଖ କରୁଛି ବୋଲି ସୀତାରମଣ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories