www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ମାନ ଓ ପ୍ରେରଣାର ଅନ୍ୟନାମ ‘ନାରୀ’

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ। ଆମ ଦେଶ ଭାରତ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଭିନ୍ନ ଭିନ୍ନ ରୀତିନୀତି ତଥା ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ଆମ ସଂସ୍କୃତିରେ ମହିଳାମାନଙ୍କ ସମ୍ମାନ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ। ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ।
ତେଣୁ ମା’ଙ୍କ ରୂପେ ନାରୀ, ଧରିତ୍ରୀରେ ଥିବା ସମସ୍ତଙ୍କ ମଧ୍ୟରେ ହେଉଛି ଏକ ପବିତ୍ର ରୂପ। ମାଆ ଈଶ୍ୱରଙ୍କ ଠାରୁ ମଧ୍ୟ ଉଚ୍ଚରେ ବୋଲି କୁହାଯାଏ।
ଇତିହାସ ନାରୀମାନଙ୍କ ବୀରତ୍ୱ , କାର୍ଯ୍ୟନିପୁଣତା , ଧୈର୍ଯ୍ୟର ସାକ୍ଷୀ ଅଟେ। ଇନ୍ଦିରା ଗାନ୍ଧୀ ଓ କଳ୍ପନା ଚାୱଲା ଠାରୁ ଆରମ୍ଭ କରି ପିଟୀ ଉଷା, କିରଣ ବେଦୀ ଭଳି ମହିଳାମାନେ ନିଜ କ୍ଷମତାକୁ ସୂଚାରୁ ରୂପେ ପ୍ରଦର୍ଶନ କରିଛନ୍ତି। କିଏ ଆକାଶର ତ କିଏ ରାଜନୀତିର ଉଚ୍ଚତାକୁ ଛୁଇଁଛି। ତେଣୁ ଏହି ପବିତ୍ର ଦିନରେ ସେଭଳି ମହିୟସୀ ମହିଳାଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଦ୍ୱାରା ଆମ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ। କାରଣ ତାଙ୍କର ଚିର ସ୍ମରଣୀୟ ବଳିଦାନ ସର୍ବଦା ଆମକୁ ପ୍ରେରଣା ଦେବା ସହ ଆମ ଆତ୍ମବିଶ୍ୱାସକୁ ଦୃଢ କରିଥାଏ। ସେମାନଙ୍କ ଗଭୀର ଆତ୍ମବିଶ୍ୱାସ ଓ କାର୍ଯ୍ୟ ଦକ୍ଷତା ହେତୁ ସେମାନେ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ କରିଛନ୍ତି।
ସମ୍ପୂର୍ଣ୍ଣ ବିଶ୍ୱରେ ମହିଳାମାନଙ୍କୁ ଉଚିତ ସମ୍ମାନ ଦେବା ନିମନ୍ତେ ହିଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ। ବିତିଯାଇଥିବା ବର୍ଷରେ ସମୟ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ବର୍ତ୍ତମାନର ସମୟରେ ମହିଳାମାନେ ମଧ୍ୟ ପୁରୁଷଙ୍କ ସହ ସମାନ। ଏହା ସହ ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ଦେଖାଇପାରିଛନ୍ତି। ଏବେ ପ୍ରତ୍ୟେକ ଘରେ କନ୍ୟାର ଶୀଘ୍ର ବିବାହ କରିବା ପରିବର୍ତ୍ତେ ଶିକ୍ଷାକ୍ଷେତ୍ରରେ ଆଗେଇବା ପାଇଁ ପ୍ରେରଣା ଦିଆଯାଉଛି। ମାତ୍ର ଆଜି ମଧ୍ୟ କେତେକ ସ୍ଥାନ ଏପରି ରହିଛି ଯେଉଁଠାରେ ନାରୀଙ୍କୁ ଉଚିତ ସମ୍ମାନ ମିଳିବା ପରିବର୍ତ୍ତେ ସେଠାରେ କିଛି ଲୋକଙ୍କ କୁଚିନ୍ତାଧାରା ହେତୁ ମହିଳାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ମଧ୍ୟ ଭ୍ରୁଣ ହତ୍ୟା ହେଉଛି, ଯୌତୁକର ଯୁଇରେ ନାରୀ ଜଳୁଛି। ଏଭଳି ଘଟଣା ଓ କୁଚିନ୍ତାଧାରା ବଦଳିବା ନିଶ୍ଚିତ ଆବଶ୍ୟକ। ଯେଉଁ ନାରୀମାନେ ପରିସ୍ଥିତିର ଅନ୍ଧାର ଭିତରେ ଛନ୍ଦି ହୋଇ ରହିଛନ୍ତି, ସେମାନେ ଆଲୋକକୁ ଆସିବା ଅପରିହାର୍ଯ୍ୟ। ଆଜି ମଧ୍ୟ ନାରୀ ନିଜ ସମ୍ମାନ ପାଇଁ ଳଢି ଚାଲିଛି।
ନାରୀ ହିଁ ଆମ ଦେଶର ଗୌରବ। ତେଣୁ ନାରୀଙ୍କ ସମ୍ମାନ ଅପରିହାର୍ଯ୍ୟ ଅଟେ। ସମଗ୍ର ବିଶ୍ୱର ବିକାଶ ପାଇଁ ନାରୀଙ୍କ ବିକାଶ ଓ ଉନ୍ନତିର ପ୍ରମୁଖ ଧାରା ସହ ଜଡ଼ିତ ହେବା ଆବଶ୍ୟକ। ମହିଳାଙ୍କ ସ୍ଥିତି ସମାଜରେ ଯେତେ ମହତ୍ତ୍ୱପୂର୍ଣ୍ଣ, ସମ୍ମାନଜନକ ସକ୍ରିୟ ହେବ ଦେଶ ସେତେ ଉନ୍ନତ ଓ ମଜଭୂତ ହେବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories