ଏଣିକି ଇଣ୍ଟରନେଟ୍‍ରୁ କଲ୍‍ ସମ୍ଭବ

0

ନୂଆଦିଲ୍ଲୀ: ଏଣିକି ଇଣ୍ଟରନେଟ୍‍ ଉପଯୋଗରେ ମୋବାଇଲ୍‍ କିମ୍ବା ଲ୍ୟାଣ୍ଡଲାଇନ୍‍କୁ କଲ୍‍ କରିହେବ। କାର୍ଯ୍ୟାଳୟ କିମ୍ବା ଘରର ୱାଇଫାଇ ବ୍ରଡ୍‍ବ୍ୟାଣ୍ଡରୁ ଏହା ସମ୍ଭବ ହୋଇପାରିବ। ଏହାଦ୍ୱାରା ନେଟ୍‍ୱର୍କ ଜନିତ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଏହି ନୂଆ ପ୍ରକ୍ରିୟାରେ ଟେଲିକମ୍‍ ଅପରେଟର ଓ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଉପଭୋକ୍ତାଙ୍କୁ ଏକ ନୂଆ ମୋବାଇଲ୍‍ ନମ୍ବର ଦେବେ। ଏଥିପାଇଁ ସିମ୍‍ କାର୍ଡର ଆବଶ୍ୟକ ନାହିଁ। ଇଣ୍ଟରନେଟ୍‍ର ଟେଲିଫୋନି ଆପ୍‍ ଡାଉନଲୋଡ୍‍ କରିବା ପରେ ଏହି ନମ୍ବରକୁ ଆକ୍ଟିଭ୍‍ କରାଯାଇପାରିବ। ଗତ ଅକ୍ଟୋବର ମାସରେ ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପକ୍ଷ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ସୁପାରିସ କରିଥିଲେ। ଏହାଦ୍ୱାରା ଉପଭୋକ୍ତାମାନେ ଅଧିକ ଉପକୃତ ହେବେ ବୋଲି ଟ୍ରାଇର ଉପଦେଷ୍ଟା ଅରବିନ୍ଦ କୁମାର କହିଛନ୍ତି।

Leave A Reply