www.samajalive.in
Sunday, December 7, 2025
26.1 C
Bhubaneswar

ହିନ୍ଦ ମହାସାଗରରେ ସ୍ଥିତ ଏହି ଦେଶ ; ଜାଣନ୍ତୁ ଏହାର ସ୍ୱତନ୍ତ୍ରତା

ଦୁନିଆରେ ଏପରି କେତେକ ଦେଶ ରହିଛି, ଯାହା ଖୁବ ଛୋଟ, ସେଠାକାର ଜନସଂଖ୍ୟା ମଧ୍ୟ ଅଧିକ ନୁହେଁ। ସେଭଳି ଦେଖିବାକୁ ଗଲେ ୟୁରୋପ ମହାଦ୍ୱୀପରେ ସ୍ଥିତ ବେଟିକନ ସହର ଦୁନିଆର ସବୁଠାରୁ ଛୋଟ ଦେଶ ବୋଲି କୁହାଯାଏ। ମାତ୍ର ଆପଣ ଜାଣନ୍ତି କି, ଏସିଆର ସବୁଠାରୁ ଛୋଟ ଦେଶ କେଉଁଟା? ହିନ୍ଦ ମହାସାଗରରେ ସ୍ଥିତ ଏହି ଦେଶ ଖୁବ ସୁନ୍ଦର। ଏହା ଶ୍ରୀଲଙ୍କା ଠାରୁ ୯୮୩ କିଲୋମିଟର ଓ ଭାରତର ଲାକ୍ଷାଦ୍ୱୀପ ଠାରୁ ପ୍ରାୟ ୭୯୩ କିଲୋମିଟର ଦୂରରେ ଅବସ୍ଥିତ।
ଏହି ଦେଶର ନାମ ମାଲଦ୍ୱୀପ। ପ୍ରାୟ ୧୯୬୫ରେ ଏହି ଦେଶକୁ ସ୍ୱତନ୍ତ୍ରତା ମିଳିଥିଲା। ୧୧ ନଭେମ୍ବର , ୧୯୬୮ରେ ପୁରୁଣା ରାଜାଙ୍କ ଶାସନ ସମାପ୍ତ ହୋଇ ମାଲଦ୍ୱୀପକୁ ଏକ ଗଣତନ୍ତ୍ର ଦେଶ ବୋଲି ଘୋଷଣା କରାଯାଇଥିଲା। ଏହା ଲୋକସଂଖ୍ୟା ଓ ଆକାର ଉଭୟ ଦିଗରୁ ହିଁ ଏହାକୁ ଛୋଟ ଦେଶ ବୋଲି କୁହାଯାଏ। ୨୦୧୬ ଜନଗଣନା ଅନୁଯାୟୀ ,ଏଠାକାର ଜନସଂଖ୍ୟା ପ୍ରାୟ ୪ଲକ୍ଷ ୨୮ ହଜାର।
ଏହା ଏକ ଦ୍ୱୀପ। ଏଠାରେ ପ୍ରାୟ ୧,୧୯୨ ଟାପୁ ରହିଛି। ସେମାନଙ୍କ ମଧ୍ୟରୁ ୨୦୦ ଟାପୁରେ ଲୋକେ ବସବାସ କରିଥାଆନ୍ତି। ଅନ୍ୟ କେତେକ ଟାପୁ ପର୍ୟ୍ୟଟକଙ୍କ ପାଇଁ ରହିଛି। ଯେଉଁଠାରେ ସୁନ୍ଦର ହୋଟେଲ ଓ ପର୍ୟ୍ୟଟକ ରହିବା ପାଇଁ ସ୍ୱତନ୍ତ୍ର ଘର ତିଆରି ହୋଇଛି। ବହୁ ସଂଖ୍ୟାରେ ଏଠାକୁ ପର୍ୟ୍ୟଟକ ବୁଲିବାକୁ ଆସିଥାଆନ୍ତି।
ମାଲଦ୍ୱୀପ ପୃଥିବୀରେ ଥିବା ସମସ୍ତ ଦ୍ୱୀପିୟ ଦେଶ ମଧ୍ୟରେ ନୀଚ୍ଚରେ ଅବସ୍ଥିତ। ଏହା ସମୁଦ୍ର ତଟରୁ ୧.୫ ମିଟର ଉଚ୍ଚରେ ରହିଛି। ଯଦି ସୁନାମି ଆସେ ଏହା ବୁଡ଼ି ଯିବାର ସମ୍ଭାବନା ଅଧିକ ବୋଲି କୁହାଯାଏ। ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories