www.samajalive.in
Sunday, December 7, 2025
14.1 C
Bhubaneswar

ଶିକ୍ଷା ସହାୟକ ପଦ ଲାଗି ଆବେଦନକାରୀଙ୍କୁ ପିଛିଲା ଭାବେ ନିୟମିତ ନିଯୁକ୍ତି ପାଇଁ ନିର୍ଦେଶ

ନୂଆଦିଲ୍ଲୀ,=ନି.ପ୍ର): ସର୍ବଶିକ୍ଷା ଅଭିଯାନରେ ଶିକ୍ଷା ସହାୟକ ପଦ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦୁଇ ଜଣିଆ ଖଣ୍ଡପୀଠଙ୍କ ନିର୍ଦେଶନାମାକୁ ବଦଳାଇ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଶିକ୍ଷା ସହାୟକ ପଦରେ ନିଯୁକ୍ତି ଲାଗି ବାଲେଶ୍ୱର ଜିଲାରେ ୨୦୦୬ରେ ଆବେଦନ କରିଥିବା ଶକ୍ତିପଦ ମହାପାତ୍ର ନାମକ ଜଣେ ଆବେଦନକାରୀଙ୍କୁ ପିଛିଲା ଭାବେ ୨୦୦୬ରୁ ନିୟମିତ ନିଯୁକ୍ତି ପ୍ରଦାନ ସହ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ଏଥିସହ ଚାକିରିରେ ତାଙ୍କ ବରିଷ୍ଠତା ବଜାୟ ରହିବ ବୋଲି ବିଚାରପତି ଅଜୟ ରସ୍ତୋଗୀ ଏବଂ ବିଚାରପତି ଅଭୟ ଏସ ଓକାଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରପତି ଇନ୍ଦୁ ମାଲହୋତ୍ରା ଏବଂ ବିଚାରପତି ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ ଦୀର୍ଘ ସମୟ ଧରି କୌଣସି ମାମଲା ବିଚାର ହୋଇନପାରି ପଡ଼ି ରହିବା ଘଟଣାରେ ଆବେଦନକାରୀ ଦଣ୍ଡ ପାଇବା ଅନୁଚିତ ବୋଲି ଟିପ୍ପଣୀ କରିଥିଲେ। ସରକାରୀ ଚାକିରି ଲାଗି ଆବେଦନକାରୀ ଶକ୍ତିପଦ ମହାପାତ୍ରଙ୍କ ବୟସ ୫୧ ବର୍ଷ ହୋଇଥିବା ଦର୍ଶାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଥିବା ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ମତ ରଖିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଞ୍ଚଳର ଶକ୍ତିପଦ ମହାପାତ୍ର ୨୦୦୬ରେ ଶିକ୍ଷା ସହାୟକ ପଦ ଲାଗି ଆବେଦନ କରିଥିଲେ। ଶକ୍ତିପଦଙ୍କୁ ୮୭୯ ନମ୍ବର ମିଳିଥିବା ବେଳେ ୭୫୬, ୭୩୭, ୭୩୪, ୭୨୫ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ଚାକିରି ମିଳିଥିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରଥମେ ୨୦୦୮ରେ ତାଙ୍କ ରିଟ ଆବେଦନର ଶୁଣାଣି କରି ବାଲେଶ୍ୱର ଜିଲାପାଳ ଏବାବଦରେ ନିଷ୍ପତ୍ତି ନେବାକୁ ନିର୍ଦେଶ ଦେଇଥିଲେ। ମାତ୍ର ବାଲେଶ୍ୱର ଜିଲାପାଳ ତାଙ୍କ ଆବେଦନ ଖାରଜ କରିଦେବାରୁ ଶକ୍ତିପଦ ପୁଣି ଥରେ ୨୦୧୦ରେ ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୩ରେ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ଏବଂ ୨୦୧୯ରେ ଦୁଇ ଜଣିଆ ଖଣ୍ଡପୀଠ ଶକ୍ତିପଦଙ୍କ ଆବେଦନକୁ ଖାରଜ କରିଥିଲେ। ଶକ୍ତିପଦଙ୍କ ବୟସ ୫୧ ବର୍ଷ ହୋଇ ଯାଇଥିବାରୁ ସରକାରୀ ଚାକିରି ଲାଗି ତାଙ୍କ ଆବେଦନ ବିଚାର ହୋଇପାରିବ ନାହିଁ ଦର୍ଶାଇ ଉଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟରେ ଶକ୍ତିପଦଙ୍କ ତରଫରୁ ଆଇନଜୀବୀ ଦୀପକ କୁମାର ଜେନା ମାମଲା ପରିଚାଳନା କରୁଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories