BJD Bijuli 480×75 Mob

ସୂଚନା ବଦଳରେ ଚାଷୀଙ୍କୁ ମିଳିଲା ସ୍ପିଡ ପୋଷ୍ଟରେ ଖାଲି କାଗଜ

BJD Bijuli 480×75 Mob
0

ସୁଆଣ୍ଡୋ: ସୂଚନା ଅଧିକାର ଆଇନରେ ଆବେଦନ କରିଥିବା ଦୁଇଜଣ ଚାଷୀଙ୍କୁ ସ୍ପିଡ ପୋଷ୍ଟରୁ ଖାଲି ସାଦା କାଗଜ ମିଳିଥିବା ଜଣାପଡିଛି । ପୁରୀ ନିମାପଡା ସତ୍ୟବାଦୀ ସେବା ସମବାୟ ସମିତି ଅଧିନ ଉଛୁପୁର ସେବା ସମବାୟ ସମିତିର ସମ୍ପାଦକ ଉକ୍ତ ସ୍ପିଡ ପୋଷ୍ଟ ପଠାଇଛନ୍ତି । ଉକ୍ତ ସମିତିର ସଭ୍ୟ ଶ୍ୟାମସୁନ୍ଦର ଦାଶ ଓ ଶିବନାରାୟଣ ଭୋଇ ନିଜର କୌଣସି ଅଭିଯୋଗକୁ ନେଇ ତିନିମାସ ତଳେ ପୁରୀ ଡିଆରଏସଙ୍କ ନିକଟରେ ଦରଖାସ୍ତ କରିଥିଲେ । ତେବେ କରିଥିବା ଅଭିଯୋଗର ଅଗ୍ରଗତି ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ଆରଟିଆଇରେ ସୂଚନା ମାଗିଥିଲେ । ଡିଆରଏସଙ୍କ ନିକଟରୁ କୌଣସି ତଥ୍ୟ ମିଳିନଥିବା ସମୟରେ ଉଛୁପୁର ସେବା ସମବାୟ ସମିତି ସମ୍ପାଦକ ଏପରି କାମ କରିଛନ୍ତି ବୋଲି ଅଭିଯୋଗ ହେଉଛି । ଜନସାଧାରଣ ଏହି ଘଟଣାକୁ ତୀବ୍ର ନିନ୍ଦା କରୁଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପୋଷ୍ଟ ମାଷ୍ଟର ଆସ ଦୁଇ ଜଣ ଅଭିଯୋଗକାରୀଙ୍କୁ ଦୁଇଟି ଚିଠି ଦେଇଥିଲେ। ସେମାନେ କହିବାରୁ ପୋଷ୍ଟମାଷ୍ଟର ଉକ୍ତ ଚିଠିଟିକୁ ଖୋଲିଥିଲେ। ତେବେ ସେଥିରୁ ଖାଲି ସାଦା କାଗଜ ଦୁଇଟି ବାହାରିଥିଲା ବୋଲି ସେ କହିଛନ୍ତି। ସମିତି ସମ୍ପାଦକଙ୍କ ବିରୁଦ୍ଧରେ ଏହି ଘଟଣା ଉପରିସ୍ଥ ଅଧିକାରୀମାନଙ୍କ ଦୃଷ୍ଟିକୁ ଅଣାଯିବ ବୋଲି ଶ୍ରୀ ଦାଶ ଓ ଶ୍ରୀ ଭୋଇଙ୍କଠାରୁ ଜଣାପଡିଛି।

Leave A Reply