www.samajalive.in
Tuesday, November 18, 2025
27.1 C
Bhubaneswar

ପୁରୁଷୋତ୍ତମପୁର ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ମାମଲା: ଭୋଟ୍‌‌ ହେବ, ଫଳ ପ୍ରକାଶ ପାଇବନି

କଟକ: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌‌ଏସିର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌‌ ହୋଇପାରିବ; ତେବେ ଏହାର ଫଳାଫଳ ଘୋଷଣା କରାଯାଇ ପାରିବ ନାହିଁ ଉଚ୍ଚ ନ୍ୟାୟାଳୟ ଗୁରୁବାର ଅନ୍ତରୀଣ ଅାେଦଶରେ ଦର୍ଶାଇଛନ୍ତି। ଆଜି ଏନ୍‌‌ଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ୍‌‌ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଅଦାଲତ ଏହି ମାମଲାର ଶୁଣାଣି ଆରମ୍ଭ କରି ଉକ୍ତ ଆଦେଶ ଦେଇଥିଲେ। ଫଳରେ ଅନାସ୍ଥା ଆଣିଥିବା ପ୍ରତିପକ୍ଷଙ୍କୁ ଝଟ୍‌‌କା ଲାଗିଛି। ଏନ୍‌‌ଏସି ଅଧ୍ୟକ୍ଷ ପ୍ରିୟଙ୍କା ଗୌଡ଼ ଏବଂ ବିଜେଡ଼ିର ଦୁଇଜଣ କାଉନସିଲର ଅରୁଣ କୁମାର ମହାକୁଡ଼ ଓ ସୁଧାଂଶ ବେହେରାଙ୍କ ପକ୍ଷରୁ ଅାଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦେଶ େଦଇଛନ୍ତି। ଏଥିସହ ରାଜ୍ୟ ସରକାର ଏବଂ ଜିଲାପାଳଙ୍କୁ ଜବାବ ଦାଖଲ ଲାଗି ହାଇକୋର୍ଟ ଆ​ଦେଶ ଦଇଛନ୍ତି। ଅାସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Hot this week

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

Related Articles

Popular Categories