www.samajalive.in
Monday, December 15, 2025
27.1 C
Bhubaneswar

ବିଶ୍ଵ ରେକର୍ଡ: ଗୋଟିଏ ଦିନରେ ୧୧ ଲକ୍ଷ ଚାରାରୋପଣ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନ ଅର୍ଥାତ୍‌ ଚବିଶ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ଚାରା ରୋପଣ କରାଯାଇଥିବାବେଳେ ଏହା ବିଶ୍ବ ରେକର୍ଡ ସୃଷ୍ଟି କରିଛି। ଇନ୍ଦୋର ଭାରତର ସବୁଠାରୁ ସ୍ବଚ୍ଛ ସହର ଭାବେ ମାନ୍ୟତା ପାଇଥିବାବେଳେ ବର୍ତ୍ତମାନ ୧୧ ଲକ୍ଷ ଚାରା ରୋପଣ କାର୍ଯ୍ୟ ଏ ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କୁହାଯାଇଛି। ଏ ସମ୍ପର୍କିତ ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡସ ସାର୍ଟିଫିକେଟକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗ୍ରହଣ କରିଛନ୍ତି। ସହରକୁ ସ୍ବଚ୍ଛ, ସୁନ୍ଦର ଏବଂ ଆବର୍ଜନାମୁକ୍ତ ରଖିବାକୁ ଇନ୍ଦୋରବାସୀ ଯେଉଁ ଉଦ୍ୟମ ଚଳାଇଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ଚାରା ରୋପଣ ରେକର୍ଡ ଆସାମ ନାମରେ ଲିପିବଦ୍ଧ ଥିଲା ବୋଲି ଗିନିଜ ୱାର୍ଲ୍ଡ ରେକର୍ଡସ ପରାମର୍ଶଦାତା ନିଶ୍ଚଲ ବାରୋତ୍‌ କହିଛନ୍ତି। ଆସାମରେ ଗୋଟିଏ ଦିନରେ ୯.୨୬ ଲକ୍ଷ ଚାରା ରୋପଣ କରାଯାଇଥିଲା। ଚାରା ରୋପଣ ନିମନ୍ତେ ଇନ୍ଦୋର ସହରର ରେବତୀ ରେଞ୍ଜ୍‌କୁ ୯ଟି ଜୋନ୍‌ ଏବଂ ୧୦୦ ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଥିଲା। ୧୦୦ଟି ସିସିଟିଭି କ୍ୟାମେରା ଜରିଆରେ ଏହି ଚାରା ରୋପଣ କାର୍ଯ୍ୟର ଭିଡିଓ ରେକର୍ଡିଂ କରାଯାଇଛି। ଚାରା ରୋପଣ କାର୍ଯ୍ୟରେ ଶତାଧିକ ସ୍ବେଚ୍ଛାସେବୀ ସଂଗଠନ, ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଏସଏଫ୍‌ ଯବାନମାନେ ଅଂଶଗ୍ରହଣ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories