ଇନ୍ଦୋରରେ ବନ୍ଦ ହେବ ସିଏନ୍‌ଜିଚାଳିତ ଯାନବାହନ

0

ପ୍ରକୃତରେ ପରିସ୍ଥିତି କ’ଣ, ତାହା ଜଣେ ସାଧାରଣ ଲୋକ ପୂର୍ବାନୁମାନ କରିବା ନିହାତି ମୁସ୍କିଲ୍ ବ୍ୟାପାର ଅଟେ। କିଛି ବର୍ଷ ତଳେ ନେଦରଲ୍ୟାଣ୍ଡ ବିଶେଷଜ୍ଞ ଦଳ ପ୍ରମାଣିତ କରିଥିଲେ ଯେ ସିଏନଜିଚାଳିତ ବାହନଗୁଡ଼ିକ ଦ୍ବାରା ପ୍ରଦୂଷଣ ଖୁବ୍ କମ୍ ପରିମାଣର ହୋଇଥାଏ। ହେଲେ ବିଶ୍ବସ୍ତରରେ ଏହି ସିଏନ୍‌ଜିଚାଳିତ ବାହନ ସଂଖ୍ୟା ବଢ଼ିବା ପରେ ଜଣାପଡ଼ିଲା ଯେ ଏହି କାରଣରୁ ପ୍ରଦୂଷଣ ବରଂ ବଢ଼ିଛି। ନିକଟରେ ଇନ୍ଦୋର ପ୍ରଶାସନ ଯଥା ଶୀଗ୍ର ସେଠାରେ ଏହି ବାହନ ଚଳାଚଳ ବନ୍ଦ କରିବ ବୋଲି ଜଣାପଡ଼ିଛି।
ଦିଲ୍ଲୀରେ ସର୍ବାଧିକ ସଂଖ୍ୟାରେ ସିଏନଜିଚାଳିତ ଟ୍ୟାକ୍ସି ଚାଲୁଛି। ବୋଧହୁଏ ସେଇ କାରଣରୁ ହିଁ ସେଠା‌େ​‌ର ଅସ୍ବାଭାବିକ ତାପମାତ୍ରା ବଢ଼ୁଛି। ବିଶେଷଜ୍ଞଙ୍କ ମତରେ ସିଏନ୍‌ଜି ବାହନରୁ ନିର୍ଗତ ‘ଏରୋସୋଲ୍‌’ ବାୟୁମଣ୍ଡଳକୁ ଖୁବ୍ ଶୀଘ୍ର ଉତ୍ତପ୍ତ କରେ। ଗତ ୨ବର୍ଷ ମଧ୍ୟରେ ସମଗ୍ର ବିଶ୍ବରେ ୧ଡିଗ୍ରୀ ତାପମାତ୍ରା ସବୁଠାରେ ବଢ଼ିଛି।
ଇନ୍ଦୋରରେ ୩୭ହଜାର ସିଏନଜି ଚାଳିତ ବାହନର ନାମକରଣ ହୋଇଥିବାବେଳେ କେବଳ ୧୪ହଜାର ଅଟୋ। ସେଠା ପ୍ରଶାସନର କହିବାନୁସାରେ, ଲୋକେ କିଛି ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ସମସ୍ତେ ନିଜ ସୁବିଧା ପଛରେ ଧାଇଁଛନ୍ତି। ତେବେ ଆଗାମୀ ଦିନରେ ଯେ ସେମାନଙ୍କ ପିଲା ହିଁ ଏହି ପ୍ରଦୂଷିତପରିବେଶରେ ରୋଗାଗ୍ରସ୍ତ ହେବେ, ଏହା ସେମାନେ ଗ୍ରହଣ କରୁନାହାନ୍ତି।
ସଂଖ୍ୟାଧିକ ଲୋକ ଚତୁରତାର ସହ ଉଭୟ ପେଟ୍ରୋଲ ଓ ସିଏନଜି ବ୍ୟବହାର କରୁଛନ୍ତି। ଏହି ବର୍ଗର ଲୋକେ ନାମାଙ୍କନ କରାଇ ନାହାନ୍ତି। ଏମାନଙ୍କ ଯାନବାହନ କାରଣରୁ ହିଁ ଅଧିକ ପ୍ରଦୂଷଣ ହେଉଛି।

Leave A Reply