www.samajalive.in
Monday, December 15, 2025
26.1 C
Bhubaneswar

ପାଣି ସମସ୍ୟା; ରାସ୍ତା ମରାମତି କରି ନଳକୂପ ଗାଡିକୁ ଗାଁକୁ ନେଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାହିରେଜୁ ପଞ୍ଚାୟତର ଡିଗେରସୁଗା ଓ ଗଞ୍ଜୁସୁଗା ଗାଁରେ ଲାଗି ରହିଥିବା ଉତ୍କଟ ପାଣି ସମସ୍ୟାକୁ ନେଇ ଚେତିଲା ପ୍ରଶାସନ ଓ ଶେଷରେ ବ୍ଲକର ଜଳ ଓ ପରିମଳ ବିଭାଗ ତରଫରୁ ଏହି ଗାଁକୁ ଏକ ନଳକୂପ ଖୋଳା ଗାଡି ପଠାଯାଇ ଏକ ନଳକୂପ ଖୋଳା ଯାଇଛି। କିନ୍ତୁ ବିଡମ୍ବନାର ବିଷୟ ସୋମବାର ସକାଳୁ ଗାଁକୁ ଯାଇଥିବା ନଳକୂପ ଖୋଳା ଗାଡି ଗାଁକୁ ରାସ୍ତା ନଥିବାରୁ ଯାଇପାରିନଥିଲା। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ କୋଡ଼ି କୋଦାଳ ଧରି ଗାଁକୁ ଯାଇଥିବା ରାସ୍ତାକୁ ମରାମତି କରିଥିଲେ। ପରେ ମନଳକୂପ ଖୋଳିବା ପାଇଁ ଗାଁକୁ ଗାଡି ଯାଇପାରିଥିଲା। ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କରେ ସ୍ୱଚ୍ଛ ଓ ନିର୍ମଳ ପାନୀୟ ଜଳ ଯୋଗାଇବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ପଚାଶରୁ ଷାଠିଏ ପରିବାର ବସବାସ କରି ଆସୁଥିବା ଏହି ଗଞ୍ଜୁସୁଗା ଓ ଡିଗେରେସୁଗା ଗାଁରେ ପିଇବା ପାଣିର କୌଣସି ବ୍ୟବସ୍ଥା ନଥିଲା। ଏମିତି କି ଗାଁରେ ଖଣ୍ଡିଏ ନଳକୂପ ମଧ୍ୟ ନଥିଲା। ବର୍ଷବର୍ଷ ଧରି ଏହି ଗ୍ରାମବାସୀ ମାନେ ଗାଁ ପାଖରେ ଯାଇଥିବା ନାଳ କିମ୍ବା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅର ପାଣିକୁ ବ୍ୟବହାର କରି ଆସୁଥିଲେ। ଶେଷରେ ଗ୍ରାମବାସୀ ଅଞ୍ଚଳର ସମାଜସେବୀ ବିବେକାନନ୍ଦ କହଁରଙ୍କ ଜରିଆରେ ବିଭିନ୍ନ ସମସ୍ୟା ନେଇ ପ୍ରଶାସନ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଆଦିରେ ଜଣାଇଥିଲେ । ବିଳମ୍ବର ହେଲେ ବି ଗାଁରେ ବ୍ଲକ ପ୍ରଶାସନ ତରଫରୁ ନଳକୂପ ଖୋଳା ଯାଇଛି। ନଳକୂପ ଖୋଳା ହେବା ପରେ ଗ୍ରାମବାସୀ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ଧନ୍ୟବାଦ ଦେଇଛନ୍ତି।

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

- Advertisement -

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories