ଟୋୟୋଟା ଆଣିଲା ଦମଦାର ସେଡାନ, ଜାଣନ୍ତୁ ଫିଚର୍ ଓ ଦାମ୍
ନୂଆଦିଲ୍ଲୀ : ଟୋୟୋଟା ଭାରତୀୟ ବଜାରରେ ନିଜ ନୂଆ ସେଡାନ କ୍ୟାମରୀ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହାର ଏକ୍ସ-ଶୋରୁମ୍ ଦାମ୍ ୪୮ ଲକ୍ଷ ଟଙ୍କା ରଖିଛି । ଏହାକୁ ୬ ରଙ୍ଗର ବିକଳ୍ପ ସିମେଣ୍ଟ ଗ୍ରେ, ଏଟିଟ୍ୟୁଡ୍ ବ୍ଲାକ୍, ଡାର୍କ ବ୍ଲୁ, ଇମୋଶନଲ୍ ରେଡ୍, ପ୍ଲାଟିନମ୍ ହ୍ବାଇଟ୍ ପର୍ଲ ଓ ପ୍ରେଶିୟସ୍ ମେଟାଲରେ କ୍ରୟ କରିପାରିବେ ଗ୍ରାହକ । ପୂର୍ବରୁ ଏହା ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ ଥିଲା । ଏବେ ଏହା ଭାରତୀୟ ବଜାରରେ ମଧ୍ୟ ମିଳିବ ।
ଟୋୟୋଟା କ୍ୟାମରୀରେ ୨.୫ ଲିଟର ପେଟ୍ରୋଲ-ହାଇବ୍ରିଡ୍ ଇଞ୍ଜିନ୍ ମିଳିବ ଯାହା ଇ-ସିଭିଟି ଗିୟରବକ୍ସ ସହ ଯୋଡାଯାଇଛି । ଏହି ଇଞ୍ଜିନ ୨୩୦ ବିଏଚପିର ପାଓ୍ବର ଜେନେରେଟ୍ କରିବ । ଏହା ବ୍ୟତୀତ ଏଥିରେ ଇକୋ, ସ୍ପୋର୍ଟ ଓ ନର୍ମଲ ୩ ଡ୍ରାଇଭ୍ ମୋଡ୍ ମିଳିବ । ଏଥିରେ ଆଟ୍ରାକ୍ଟିଭ୍ ଗ୍ରିଲ୍, ସି-ସେପ୍ଡ ଏଲଇଡି ଡିଆରଏଲ୍, ମଲ୍ଟି-ସ୍ପୋକ୍ ଆଲୟ ହ୍ବିଲ୍, ନୂଆ ଡିଜାଇନର ଏଲଇଡି ଟେଲଲ୍ୟାମ୍ପ୍ସ ଓ ହେଡଲ୍ୟାମ୍ପସ ପାନାରୋମିକ୍ ସନରୁଫ୍ ଭଳି ଫିଚର୍ ମିଳିବ ।
କାରର ଇଣ୍ଟିରିୟରରେ ବଡ-ଇନଫୋଟେଣ୍ଟମେଣ୍ଟ ସୁବିଧା ମିଳିବ । ନୂଆ ଗ୍ରାଫିକ୍ ସହିତ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ୍, ନୂଆ ଷ୍ଟିୟରିଂ ହ୍ବିଲ୍, ମଲ୍ଟି-ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ୩୬୦ ଡିଗ୍ରୀ କ୍ୟାମେରା ସହିତ ଅନେକ ଅତ୍ୟାଧୁନିକ ଫିଚର୍ ମିଳିବ ।
Comments are closed.