www.samajalive.in
Saturday, December 13, 2025
23.1 C
Bhubaneswar

ଭାରତର ଏହି ସହରରେ ଖୋଲିବ ଟେସଲା’ର ପ୍ରଥମ ଶୋ’ ରୁମ !

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବୈଦ୍ୟୁତିକ କାର୍‌ କମ୍ପାନୀ ଟେସଲା ଭାରତରେ ପ୍ରବେଶ କରିବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କମ୍ପାନୀର ପ୍ଲାଣ୍ଟ ନୁହେଁ, ବରଂ ସିଧାସଳଖ ଡିଲରଶିପ ବା ଶୋ’ରୁମ ଖୋଲିବା ନେଇ ଆଲୋଚନା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚଳିତବର୍ଷ ଶେଷ ସୁଦ୍ଧା ଟେସଲା ଭାରତରେ ନିଜର ପ୍ରଥମ ଡିଲରଶିପ ଆରମ୍ଭ କରିପାରେ।

ରିପୋର୍ଟ ଅନୁସାରେ, ଏଲନ ମସ୍କଙ୍କ ଟେସଲା ଦେଶର ରାଜଧାନୀ ନୂଆଦିଲ୍ଲୀରେ ଶୋ’ରୁମ ଖୋଲିବାକୁ ସ୍ଥାନ ଖୋଜିବା ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ଗତ ଏପ୍ରିଲରେ ମସ୍କ କହିଥିଲେ ଯେ, ସେ ଭାରତ ଗସ୍ତରେ ଆସିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏହି ସମୟରେ ସେ ଭାରତରେ ୨୦୦ରୁ ୩୦୦ କୋଟି ଡଲାର ଅର୍ଥରାଶି ନିବେଶ କରିବାକୁ ଘୋଷଣା କରିପାରିଥାଆନ୍ତେ। କିନ୍ତୁ ବିଶ୍ଵ ବଜାରରେ ଟେସଲାର ବିକ୍ରିରେ ୧୦ ପ୍ରତିଶତ ହ୍ରାସ ଯୋଗୁ ସେ ନିଜର ଗସ୍ତ ଶେଷ ସମୟରେ ରଦ୍ଦ କରିଦେଇଥିଲେ।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories