www.samajalive.in
Saturday, December 13, 2025
17.1 C
Bhubaneswar

ଇଡି ସହାୟତା ଲୋଡ଼ିଲା ସିବିଆଇ, ଗିରଫ ଚଞ୍ଚଲ ମୁଖାର୍ଜୀଙ୍କୁ ଏସବିଆଇ ଶାଖାକୁ ନେଇ ଖୋଳତାଡ଼

ଭୁବନେଶ୍ୱର: ୧୦ଲକ୍ଷ ଲାଞ୍ଚ କାରବାର ଘଟଣାରେ ଇଡି ସହାୟତା ଲୋଡ଼ିଲା ସିବିଆଇ। ଆୟକର ବିଭାଗ ପରେ ତଦନ୍ତରେ ସହଯୋଗ କରିବ ଇଡି। ବେନାମୀ କାରବାର ନେଇ ସୂରାକ ମିଳିଥିବା ସୂଚନା ଦିଆଯାଇଛି । ଗିରଫ ଚଞ୍ଚଲ ମୁଖାର୍ଜୀଙ୍କୁ ଏସବିଆଇ ଶାଖାକୁ ନେଇ ଖୋଳତାଡ଼ । ଏସବିଆଇ ଶାଖା ପରିଚାଳକଙ୍କ ସମ୍ମୁଖରେ ସିବିଆଇ ଗିରଫ ଚଞ୍ଚଲ ମୁଖାର୍ଜୀଙ୍କୁ ଖୋଳତାଡ଼ କରିଛି । ଏହିଅବସରରେ ସିବିଆଇ ଚଞ୍ଚଲ ମୁଖାର୍ଜୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲା । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚଞ୍ଚଲ ମୁଖାର୍ଜୀଙ୍କ ଠାରୁ ଉତ୍ତର ପାଇବାକୁ ଚେଷ୍ଟା କରିଥିଲା ସିବିଆଇ।

ଶନିବାର, ରାତି ପ୍ରାୟ ୯ଟା ୪୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନାରେ ହଠାତ୍ ଏକ ଦାମୀ କାର ଉପରେ ହୋଇଥିଲା ସିବିଆଇ ଚଢ଼ାଉ କରିଥିଲା। ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଛାନଭିନ୍ କରିଥିଲେ। ସାଙ୍ଗରେ ଥିଲେ କାର ମାଲିକଙ୍କ ସହ ୪ ଜଣ ବ୍ୟକ୍ତି। ବହୁ ଟଣାଭିଡ଼ା ପରେ ଖୋଲାଗଲା କାର୍, ଆଉ ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍। ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା।

- Advertisement -

ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ କଂପାନୀ ଓଡିଶା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ ପାଇଁ ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ ଦିଆଯାଉବା ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ। କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା।

ରାଜଧାନୀର ଛାତି ଉପରେ ଗତକାଲି ରାତିରେ ଛାପା ମାରିଥିଲା ସିବିଆଇ। ୧୨ ଘଣ୍ଟାର ନନଷ୍ଟପ୍ ଛାନଭିନ୍ ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କଂପାନୀର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ଭୁବନେଶ୍ୱରସ୍ଥିତ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣା ଏବଂ ସୁପର କ୍ଲାସ୍ କଣ୍ଟ୍ରାକ୍ଟର ତଥା ମିଡିଲମ୍ୟାନ୍ ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା ସିବିଆଇ। ତେବେ ଅଧିକ ଖୋଳତାଡ଼ ପାଇଁ ଗିରଫ ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories