୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ୪ ସାଇବର ଲୁଟେରାଙ୍କୁ ଧରିଲା ପୁଲିସ । ଅନଲାଇନ୍ ବେଟିଂ କାରବାର ଚାଲିଥିବା ସୁରାକ ପାଇ ଲୁଟେରାଙ୍କ କଲ୍ ସେଣ୍ଟରରେ ରେଡ୍ କଲା ଏୟାରଫିଲ୍ଡ ଥାନା ପୁଲିସ । ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିବା କଲ୍ ସେଣ୍ଟରରେ ଚଢାଉ ହୋଇଛି । ଗିରଫ ସମସ୍ତ ଅଭିଯୁକ୍ତ ବାହାର ରାଜ୍ୟର ବୋଲି ଜଣାପଡିଛି । ସେମାନଙ୍କଠାରୁ ଲାପଟପ୍, ସିମକାର୍ଡ, ପାସପୋର୍ଟ ଜବତ କରିଛି ପୁଲିସ । ଏମାନେ ଟେଲିଗ୍ରାମ ଓ ଗେମିଂ ଆପ୍ ଜରିଆରେ ଲୋକଙ୍କୁ ଠକୁଥିଲେ । ତେବେ ଏହି ଚେର କେତେ ଦୂର ଲମ୍ବିଛି ସେନେଇ ଖୋଳତାଡ କରୁଛି ପୁଲିସ ।

Comments are closed.