ଯୁବ ଉତ୍ସବ ଇଣ୍ଡିଆ:ଯୁବ ସମାଜ କଠିନ ପରିଶ୍ରମ ସହ ଏକ ନୂଆ ଭାରତ ଗଠନ କରିବାକୁ ଆହ୍ୱାନ
କେନ୍ଦୁଝରଗଡ: ଭାରତ ସରକାରଙ୍କ ଯୁବଓ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ନେହେରୁ ଯୁବସଂଗଠନ କେନ୍ଦୁଝରଙ୍କ ଦ୍ୱାରା ସଂସ୍କୃତି ଭବନ କେନ୍ଦୁଝର ଠାରେ ଯୁବ ଉତ୍ସବ ଇଣ୍ଡିଆ -୨୦୪୭ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ସୁଶ୍ରୀ ବସୁନ୍ଧରା ସାହୁଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଯାଇଛି। ଉଦଘାଟନ ସମାରୋହରେ ୧୪ବାଟାଲିଆନ ଏନସିସି କମାଣ୍ଡିଙ୍ଗ ଅଫିସର କର୍ନେଲ ମୟୁର ଘାଡ଼ଗେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ସମ୍ବୋଧିତ କରିଥିଲେ।ଅନ୍ୟତମ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ନାଏକ ସମସ୍ତ ଯୁବ ପ୍ରତିଯୋଗୀମାନଙ୍କ ସଫଳତା କାମନା କରିବା ସହିତ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ।
କେନ୍ଦୁଝରର ଯୁବ ଆଇକନ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଫାଇନାଲିଷ୍ଟ ସୁଶ୍ରୀ ଚିରଶ୍ରୀ ସାଗରିକା ସମ୍ମାନିତ ଅତିଥିଭାବେ ଯୋଗ ଦେଇ ନିଜ ଯାତ୍ରାର ସଂଘର୍ଷ ଓ ସଫଳତା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଯୁବ ସମାଜ କଠିନ ପରିଶ୍ରମ ସହ ଏକ ନୂଆ ଭାରତ ଗଠନ କରିବାକୁ ପ୍ରେରଣାଦାୟୀ ଉଦବୋଧନ ଦେଇଥିଲେ। ଚଳିତ ବର୍ଷର ବିଷୟ ପଞ୍ଚପ୍ରାଣକୁ ଭିତ୍ତି କରି ବିଜ୍ଞାନ ପ୍ରଦର୍ଶନୀ କବିତା ଲିଖନ, ପେଣ୍ଟିଙ୍ଗ, ଫଟୋଗ୍ରାଫି ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା, ଏକକ ଓ ସମୂହ ନୃତ୍ୟ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠନମାନଙ୍କରୁ ପ୍ରତିଯୋଗୀମାନେ ବହୁ ସଂଖ୍ୟାରେ ଭାଗ ନେଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ଫଟୋଗ୍ରାଫି, କବିତା ଲିଖନ, ବକ୍ତୃତା ପ୍ରତିଯୋଗିତା, ପେଣ୍ଟିଙ୍ଗ, ଏକକ ନୃତ୍ୟ ଓ ସମୂହ ନୃତ୍ୟ ରେ ରାଜ୍ୟ ସ୍ତର କୁ ମନୋନୀତ ହୋଇଥିଲେ।
ବିଚାରକ ଭାବେ ସମୟଶ୍ରୀଚାଟର୍ଜି, ସରିତା ଗୌତମ, ଏଆର ଖାନ, ଜନାର୍ଦନ ଦାଶ, ପ୍ରଶାନ୍ତ ପରିଡା, ଶ୍ରୁତି ରଞ୍ଜନ ସାହୁ, ବାଚୁ ରାମ ଲାମା ,ନିଜର ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅରୁଣ କୁମାର, ରୁନା ନାଇକ, ତରୁଲତା ନାଇକ, ପ୍ରଭାତ ମୁଣ୍ଡା, ଦିଲେଶ୍ଵର ବାରିକ,କୌଶଲ୍ୟା ନାୟକ, ଦୀପ୍ତି ମୟୀ ମହାନ୍ତ , ଅନ୍ନପୂର୍ଣ୍ଣାସିଧୁ, ନିବେଦିତା ସାହୁ, ଦୀପକ ପୂର୍ତ୍ତି,ଉତ୍ସବ ପରିଚାଳନା କରିଥିଲେ।
Comments are closed.