ଇଣ୍ଡୋନେସିଆରେ ନୌକା ବୁଡ଼ି ୩୧ ମୃତ
ଜାକର୍ତ୍ତା : ଇଣ୍ଡୋନେସିଆ ଉପକୂଳରେ ମଙ୍ଗଳବାର ଏକ ନୌକା ବୁଡ଼ିଯିବାରୁ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ନୌକାଟି ପ୍ରାୟ ୧୪୦ ଜଣ ଯାତ୍ରୀ ଏବଂ ୧୨ଟି ଯାନବାହାନ ନେଇ ଯାଉଥିବା ବେଳେ ଜାଭା ଦ୍ୱୀପର ଉତ୍ତରରେ ଅବସ୍ଥିତ ସୁଲାବେସୀ ଦ୍ୱୀପଠାରୁ ୩୦୦ ମିଟର ଦୂରରେ ଓଲଟିପଡିଥିଲା। ଫଳରେ ସମସ୍ତ ଯାତ୍ରୀ ପାଣିକୁ ଖସିପଡିଥିଲେ। କିଛି ଯାତ୍ରୀ ନୌକାକୁ ଜାବୁଡି ଧରି ପ୍ରାଣ ରକ୍ଷା କରିଥିବା ବେଳେ ଆଉ କିଛି ଲୋକ ପାଣିରେ ପହଁରିଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୭୪ ଜଣଙ୍କୁ ଉଦ୍ଧାର କରିଥିଲା। ୩୧ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୪୧ ଜଣ ନିଖୋଜ ଅଛନ୍ତି। ଦୁଇ ସପ୍ତାହ ପୂର୍ବେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସୁମ୍ରାତା ଦ୍ରହରେ ଏକ ନୌକା ବୁଡି ଯାଇଥିଲା। ଏଥିରେ ଥିବା ସମସ୍ତ ୧୬୦ ଜଣ ଯାତ୍ରୀ ନିଖୋଜ ଥିଲେ। ଦୁଇ ସପ୍ତାହ ପର୍ଯ୍ୟନ୍ତ ସନ୍ଧାନ ପରେ ମଧ୍ୟ ସେମାନଙ୍କର କୌଣସି ସୂଚନା ନ ମିଳିବାରୁ ମଙ୍ଗଳବାର ଉଦ୍ଧାର କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା।