ଯାତ୍ରୀ ସାମଗ୍ରୀର ମୂଲ୍ୟ ବୃଦ୍ଧି କଲା ଇଣ୍ଡିଗୋ

0

ନୂଆଦିଲ୍ଲୀ: ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ବିମାନ ଯାତ୍ରା କରାଉଥିବା ଇଣ୍ଡିଗୋ କମ୍ପାନୀ ଏଣିକି ଯାତ୍ରୀ ସାମଗ୍ରୀ ପାଇଁ ୩୩ପ୍ରତିଶତ ଅଧିକ ଭଡ଼ା ବୃଦ୍ଧି କରିଛି। ଇଣ୍ଡିଗୋରେ ଜଣେ ଯାତ୍ରୀଙ୍କ ସହିତ ୧୫କିଲୋ ସାମଗ୍ରୀ ମାଗଣାରେ ନେବାର ବ୍ୟବସ୍ଥା ରହିଛି। ପୂର୍ବରୁ କେତେବେଳେ କେମିତି ୧୫କିଲୋରୁ ସାମାନ୍ୟ ଅଧିକ ସାମଗ୍ରୀ ନେଉଥିବା ଯାତ୍ରୀଙ୍କୁ ଅଳ୍ପ କିଛି ଟଙ୍କା ବିନିମୟରେ ଯାତ୍ରା କରିବାର ସୁଯୋଗ ଦେଉଥିଲା ଇଣ୍ଡିଗୋ। ଏଣିକି ୧୫କିଲୋରୁ ଅଧିକ ସାମଗ୍ରୀ ପାଇଁ ପ୍ରତି କିଲୋ ପିଛା ୪୦୦ଟଙ୍କା ଭଡ଼ା ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ଇଣ୍ଡିଗୋ।

kalyan agarbati
Leave A Reply