ଆମେରିକାରେ ଗିରଫ ଭାରତୀୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୩ ଗୁଣ ବଢିଛି
ୱାଶିଂଟନ : ଆମେରିକାରେ ଗିରଫ ଭାରତୀୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଚଳିତବର୍ଷ ତିନି ଗୁଣା ବୃଦ୍ଧି ପାଇଛି। ଆମେରିକା ପରମ୍ପରା ଏବଂ ସୀମା ସୁରକ୍ଷା (ସିବିପି) ପକ୍ଷରୁ ଶୁକ୍ରବାର ଏ ସମ୍ବନ୍ଧରେ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। ସିବିପି ମୁଖପାତ୍ର ସାଲଭାଡୋର ଜାମୋରା ଏକ ସାକ୍ଷାତକାରରେ କହିଛନ୍ତି, ଦଲାଲମାନଙ୍କୁ ବ୍ୟକ୍ତି ପିଛା ୨୫,୦୦୦ରୁ ୫୦,୦୦୦ ଡଲାର ଦେଇ ସଂଖ୍ୟାଧିକ ଭାରତୀୟ ଆମେରିକା-ମେକ୍ସିକୋ ସୀମା ଅତିକ୍ରମ କରି ଆମେରିକାରେ ପ୍ରବେଶ କରିବା ପରେ ନିଜକୁ ଉତ୍ପୀଡିତ ଦର୍ଶାଇ ଅଶ୍ରୟ ଲୋଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ମିଥ୍ୟା କାରଣ ଦର୍ଶାଇ ଆଶ୍ରୟ ପାଇଁ ଆବେଦନ କରିଛନ୍ତି। ଯଦ୍ଦ୍ୱାରା ମିଥ୍ୟା ଆବେଦନର ଭିଡ଼ ମଧ୍ୟରେ ଆଶ୍ରୟ ପାଇବାକୁ ଯୋଗ୍ୟ ଲୋକଙ୍କ ମାମଲା ଧୋଇ ଯାଉଛି। ୨୦୧୭ରେ ୩,୧୬୨ ଭରାତୀୟଙ୍କ ଅନୁପ୍ରବେଶ ହୋଇଥିବା ବେଳେ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ଏହି ସଂଖ୍ୟା ପ୍ରାୟତଃ ୯୦୦୦ରେ ପହଞ୍ଚିଛି। ଚଳିତ ବର୍ଷ ୪୦୦୦ ଭାରତୀୟ ତିନି ମାଇଲ ପରିବ୍ୟାପ୍ତ ସୀମାନ୍ତ ତାରବାଡ଼ ଦେଇ ଆମେରିକାରେ ପ୍ରବେଶ କରିଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ୱାଶିଂଟନ୍ଠାରେ ଥିବା ଭାରତୀୟ ଦୂତାବାସ ଏବଂ ସାନ୍ ଫ୍ରନ୍ସିସ୍କୋଠାରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସ କୌଣସି ମନ୍ତବ୍ୟ ଦେଇନାହାନ୍ତି।