ଇଣ୍ଡିଆନ୍‌ ବ୍ୟାଙ୍କର ନୂତନ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ୱର: ଇଣ୍ଡିଆନ୍‌ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଉପ-ମହାପ୍ରବନ୍ଧକ ପ୍ରଦୀପ୍ତ କୁମାର ରଥ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ରଥ ଏହା ପୂର୍ବରୁ ଆଲ୍ଲାହାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆଞ୍ଚଳିକ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ ।

୧୯୯୩ ମସିହାରେ ବ୍ୟାଙ୍କରେ ଯୋଗଦେଇଥିବା ଶ୍ରୀ ରଥ ପଶ୍ଚିମବଙ୍ଗ, ଓଡିଶା, କର୍ଣ୍ଣାଟକ କେରଳ ଓ ଉତ୍ତର ପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ଶ୍ରୀ ରଥ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨୫ ବର୍ଷ ଶାଖା ସ୍ତରରେ କାର୍ଯ୍ୟ କରି ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିପାରିଛନ୍ତି ।

ରିଟେଲ୍‌, କୃଷି , ଏମଏସ୍‌ଏମ୍‌ଇ କ୍ଷେତ୍ରକୁ ଗୁରୁତ୍ୱ ଦେବା ସହ ଉନ୍ନତମାନର ଗ୍ରାହକସେବା ଯୋଗାଇଦେବା ତାଙ୍କର ମୂଳ ଲକ୍ଷ୍ୟ ଅଟେ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ବ୍ୟାଙ୍କର ୫୩ଟି ଶାଖା ରହିଛି ।

Comments are closed.