www.samajalive.in
Tuesday, December 9, 2025
26.1 C
Bhubaneswar

ଭାରତୀୟ ଯୁବତୀ ୧ ନମ୍ବର

୨୦୧୮ ମଧ୍ୟଭାଗରେ ବିଶ୍ବସ୍ତରରେ ଏକ ସର୍ବେକ୍ଷଣ ହୋଇଥିଲା। ଇଉରୋପୀୟ, ଆମେରିକୀୟ, ଆଫ୍ରିକୀୟ, ଏସୀୟ ରାଷ୍ଟ୍ରର ଯୁବକ ଓ ମଧ୍ୟବୟସ୍କ ପୁରୁଷମାନଙ୍କୁ ଏଥିରେ ସାମିଲ କରାଯାଇଥିଲା। ବିଦେଶୀ ଯୁବକମାନେ ମଧ୍ୟ ଭାରତୀୟ ଯୁବତୀଙ୍କୁ ଜୀବନସାଥି ଭାବେ ଗ୍ରହଣ କରିବାକୁ ଉଚିତ୍ ମଣୁଛନ୍ତି। ଆମେରିକାର ଉଚ୍ଚ ପଦରେ କାର୍ୟ୍ୟରତ ୩୭ ବର୍ଷୀୟ ମାଥ୍ୟୁ ଇଡେନ୍‌ଙ୍କ ମତରେ ଭାରତୀୟ ପରିବାର ସଂସ୍ପର୍ଶରେ ଆସିବା ପରେ ସେ ଜଣେ ଭାରତୀୟ ଯୁବତୀଙ୍କୁ ହିଁ ବିବାହ କରିବେ। ବିଭିନ୍ନ ରାଷ୍ଟ୍ରର ଯୁବବର୍ଗଙ୍କ ମତାମତ ନିଆଯିବା ପରେ କେତେକ ତଥ୍ୟ ଏ ବାବଦରେ ଉପସ୍ଥାପନ କରାଯାଇଛି।
– ପରିବାରର ଦାୟିତ୍ବ ଏମାନେ ଭଲଭାବେ ନେଇଥାନ୍ତି। ବିଦେଶୀ ରାଇଜର ଝିଅମାନେ ଭାବନା କ’ଣ ଜାଣନ୍ତିନାହିଁ। ଏହା ସହ ବିବାହ ପରେ ସେମାନେ କୌଣସି ଦାୟିତ୍ୱକୁ ବୋଝ ବୋଲି ନାମ ଦେଇଥାନ୍ତି।
– ବିଶ୍ୱର ଯେ କୌଣସି ପ୍ରାନ୍ତରେ ଭାରତୀୟ ଯୁବତୀମାନେ କାମ କଲେ ମଧ୍ୟ ସେମାନଙ୍କ ପରମ୍ପରାକୁ ଭୁଲିନଥାନ୍ତି। ପ୍ରତ୍ୟେକ ପର୍ବପର୍ବାଣିକୁ ଖୁବ୍ ଉତ୍ସାହର ସହ ସେମାନେ ପାଳନ କରୁଥିବାର ଦେଖାଯାଇଛି।
– ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ରର ଯୁବତୀମାନଙ୍କ ପାଇଁ ଛାଡ଼ପତ୍ର ଏକ ସାଧାରଣ ପ୍ରସଙ୍ଗ। ହେଲେ ଭାରତୀୟ ଯୁବତୀମାନେ ପରିସ୍ଥିତି ସେଭଳି ଗୁରୁତର ନ ହେଲେ ଏ ବାବଦରେ ଚିନ୍ତା କରିବାକୁ ଉଚିତ୍ ମଣିନଥାନ୍ତି।
– ବିଦେଶୀ ମା’ଙ୍କ ତୁଳନାରେ ଆମ ଭାରତୀୟ ମା’ମାନଙ୍କୁ ସବୁବେଳେ ଅଧିକ ଦାୟିତ୍ୱବାନ୍ ବୋଲି କୁହାଯାଇଛି। ପିଲାଙ୍କର ଯତ୍ନ ଓ ଲାଳନପାଳନ କରିବାରେ ଭାରତୀୟ ମା’ ମାନେ ସବୁବେଳେ ଆଗରେ ରହିଆସିଛନ୍ତି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories