ନିରାଶ କଲେ ଦୁତୀ – ରାଜ୍ୟଗୋଷ୍ଠୀ କ୍ରୀଡା ୧୦୦ ଦୌଡର ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେ ନାହିଁ
ନୂଆଦିଲ୍ଲୀ – ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁତୀ ଚାନ୍ଦ ତାଙ୍କର ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ସେ ୧୦୦ ମିଟର ଦୌଡରେ ସେମିଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା୨୦୨୨ରେ ମଙ୍ଗଳବାରରେ ୧୦୦ ମିଟର ସେମିଫାଇନାଲ୍ ପାଇଁ ହୋଇଥିବା ପ୍ରତିଯୋଗିତାରେ ସେ ବାଦ୍ ପଡିଛନ୍ତି । ସେ ଏଥିରେ ଚତୁର୍ଥ ସ୍ଥାନରେ ରହିଥିଲେ । ୧୦୦ ମିଟର ପାଇଁ ସେ ୧୧.୫୫ସେକେଣ୍ଡ ନେଇଥିଲେ ।
#Athletics Update 🚨
Indian Sprinter Dutee Chand finishes her 100m Heat with the time of 11.55s. She will not advance to the Semi-finals.
Come back stronger champ👍
— SAI Media (@Media_SAI) August 2, 2022
ତ୍ରିନିଦାଦ୍ର ମିଚେଲ୍ ଲି ଆହେ ଏହି ରାଉଣ୍ଡରେ ୧୧.୧୪ ସେକେଣ୍ଡରେ ୧୦୦ ମିଟର ଦୌଡି ପ୍ରଥମସ୍ଥାନରେ ରହିଥିଲେ । ସମସ୍ତ ହିଟ୍ରେ ପ୍ରଥମ ତିନିଜଣଙ୍କ ମଧ୍ୟରେ ଥିବା ପ୍ରତିଯୋଗୀମାନଙ୍କୁ ସେମିଫାଇନଲ୍ ପାଇଁ ମନୋନୀତ କରାଯାଇଛି । ଭାରତୀୟ ଖେଳ ପ୍ରାଧିକରଣର ଆଧିକାରିକ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି ।
Comments are closed.