www.samajalive.in
Sunday, December 7, 2025
26.1 C
Bhubaneswar

ଅଲିମ୍ପିକ୍ସରେ ନିରାପତ୍ତା ଦାୟିତ୍ବରେ ଭାରତୀୟ ସନ୍ଧାନୀ କୁକୁର

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ପ୍ୟାରିସ୍‌ ଅଲିମ୍ପିକ୍‌ସ ଆରମ୍ଭ ହେଉଛି। ଏହାର ନିରାପତ୍ତା ଦାୟିତ୍ବ​‌େ​‌ର ରହିବେ ବିଭିନ୍ନ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌)ରୁ ବଛା ଯାଇଥିବା ଉଚ୍ଚ ଦକ୍ଷତା ସମ୍ପନ୍ନ ୧୦ଟି ସନ୍ଧାନୀ କୁକୁର। ଏମାନଙ୍କ ସହ ଭାରତର ଏକ କମାଣ୍ଡୋ ଦଳ ପ୍ୟାରିସ୍‌ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏହି ୧୦ଟି ସନ୍ଧାନୀ କୁକୁରଙ୍କୁ ସିଆର୍‌ପିଏଫ୍‌, ସୌରାଷ୍ଟ୍ର ସୀମା ବଳ, ଆଟିବିପିରୁ ବଛାଯାଇଛି। ପୁଣି ଏନ୍‌ଏସ୍‌ଜି ଓ ଆସାମ ରାଇଫଲର ମିଳିତ କମାଣ୍ଡୋ ବାହିନୀ ପ୍ୟାରିସ୍ ଅଲିମ୍ପିକ୍‌ସର ସୁରକ୍ଷା ଦାୟିତ୍ବରେ ରହିବେ। ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳର ନାମ ରଖାଯାଇଛି କେ୯।

ପ୍ୟାରିସ୍ ଯିବା ପୂର୍ବରୁ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ଭାରତରେ ୧୦ ଦିନ ପାଇଁ ସ୍ବତନ୍ତ୍ର ତାଲିମ ପାଇଛନ୍ତି। ଫ୍ରାନ୍‌ସ ସରକାରଙ୍କ ଅନୁରୋଧରେ କେ୯ ଦଳକୁ ପ୍ୟାରିସ୍ ପଠାଯାଇଛି। ଏମାନେ ସ୍ବତନ୍ତ୍ର ସ୍ଥାନରେ ମୁତୟନ ରହିବେ ଏବଂ ଅଲିମ୍ପିକ୍‌ସ ବେଳେ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରିବା ଦାୟିତ୍ବରେ ରହିବେ। ପ୍ରଥମଥର ପାଇଁ ଭାରତୀୟ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ଏକ ଅଲିମ୍ପିକ୍‌ସରେ ନିରାପତ୍ତା ଦାୟିତ୍ବରେ ରହିବାକୁ ଯାଉଛନ୍ତି। ସନ୍ଧାନୀ କୁକୁର ଦଳ ପ୍ରତିଯୋଗିତା ସ୍ଥଳ ଓ କ୍ରୀଡ଼ାଗ୍ରାମରେ ସନ୍ଦେହଜନକ ବସ୍ତୁକୁ ଘ୍ରାଣଶକ୍ତି ଦ୍ବାରା ଖୋଜିବାରେ ସହାୟତା କରିବେ। ଏହି ୧୦ଟି ସନ୍ଧାନୀ କୁକୁର ବୋମା, ବିସ୍ଫୋରକ ଦ୍ରବ୍ୟ ଓ ଆଇଇଡିକୁ ଖୋଜିବା​ରେ ଅଭ୍ୟସ୍ତ। ସନ୍ଧାନୀ କୁକୁରଙ୍କ ସତ୍ତ୍ବାଧିକାରୀ ଫରାସୀ ଭାଷା ଶିଖିବାରେ ମଧ୍ୟ ତାଲିମ ନେଇଛନ୍ତି। ଭାରତୀୟ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ପ୍ୟାରିସ ପୁଲିସ ଓ ନିରାପତ୍ତା ସଂସ୍ଥାଙ୍କ ନିର୍ଦେଶରେ କାମକରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories