ନୌସେନାରେ ସାମିଲ ହେଲା ‘ଆଇଏନ୍ଏସ୍ ବାଗଶିର’

ମୁମ୍ବଇ : ବୁଡାଜାହାଜ ‘ଆଇଏନ୍‌ଏସ୍‌ ବାଗଶିର’କୁ ବୁଧବାର ଭାରତୀୟ ନୌସେନାରେ ସାମିଲ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବ ଅଜୟ କୁମାର ଏହାକୁ ନୌସେନାରେ ସାମିଲ କରାଇଛନ୍ତି। ମୁମ୍ବଇର ମାଜାଗାଓଁ ଡକ୍‌ୟାର୍ଡରେ ନିର୍ମାଣ କରାଯାଇଥିବା ଆଇଏନଏସ୍‌ ବାଗଶିର ହେଉଛି ସ୍କର୍ପିଅନ ଶ୍ରେଣୀର ଷଷ୍ଠ ବୁଡାଜାହାଜ। ଏକ ମାଛର ନାମ ଅନୁସାରେ ବୁଡାଜାହାଜର ନାମ ବାଗଶିର ରଖାଯାଇଛି। ଏହା ପୂର୍ବରୁ ୧୯୭୪ ଡିସେମ୍ବର ୨୬ରେ ବାଗଶିର ନାମରେ ପ୍ରଥମ ବୁଡାଜାହାଜକୁ ନୌସେନାରେ ସାମିଲ କରାଯାଇଥିଲା। ରୁଷ୍ ନିର୍ମିତ ଏହି ବୁଡାଜାହାଜକୁ ୧୯୯୭ ଏପ୍ରିଲ ୩୦ରେ ଅବସର ଦିଆଯାଇଥିଲା। ମାଜାଗାଓଁ ଡକ୍‌ୟାର୍ଡରେ ସ୍କର୍ପିଅନ ଶ୍ରେଣୀର ୪ଟି ବୁଡାଜାହାଜ ନୌସେନାରେ ସାମିଲ ହୋଇସାରିଛି। ଏଗୁଡିକ ହେଲା ଆଇଏନ୍‌ଏସ୍‌ କାଲାଭରି, ଆଇଏନଏସ୍‌ ଖଣ୍ଡେରୀ, ଆଇଏନଏସ୍‌ କରଞ୍ଜ ଓ ଆଇଏନଏସ୍‌ ଭେଳା। ପଞ୍ଚମ ବୁଡାଜାହାଜ ଭାବେ ‘ଭାଗିର’ ଏବେ ସମୁଦ୍ରରେ ପରୀକ୍ଷାମୂଳକ ଜଳାବତରଣ କରିଛି।

kalyan agarbati

Comments are closed.