ବଦଳିଲା ନୌସେନା ଆଡମିରାଲଙ୍କ କାନ୍ଧରେ ପିନ୍ଧାଯାଉଥିବା ଏପୋଲେଟ୍‌ସ ଡିଜାଇନ୍‌

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଆଡମିରାଲଙ୍କ କାନ୍ଧରେ ପିନ୍ଧାଯାଉଥିବା ପଦସୂଚକ ଚିହ୍ନ(ଏପୋଲେଟ୍‌ସ)ର ଡିଜାଇନ୍‌ରେ ପରିବର୍ତ୍ତନ କରାଯାଇଛି। ନୂତନ ଡିଜାଇନ୍ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜକୀୟ ମୁଦ୍ରା ଦ୍ୱାରା ଅନୁପ୍ରେରିତ। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ନୌସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଘୋଷଣା କରିଥିଲେ।

ନୌସେନା ପକ୍ଷରୁ କୁହାଯାଇଛି ଯେ, ଏପୋଲେଟ୍‌ସର ନୂତନ ଡିଜାଇନ୍ ନୌସେନା ପତାକାରୁ ନିଆଯାଇଛି ଏବଂ ଏହା ଛତ୍ରପତି ଶିବାଜୀ ମହାରାଜଙ୍କ ରାଜକୀୟ ମୁଦ୍ରା ଦ୍ୱାରା ଅନୁପ୍ରେରିତ। ନୌସେନା କହିଛି ଯେ, ଏହା ଆମର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ପ୍ରକୃତ ପ୍ରତିଫଳନ।

ନୂଆ ଡିଜାଇନ୍‌ରେ କେଉଁ ଚିହ୍ନର ଅର୍ଥ କ’ଣ ?

prayash

ଗୋଲ୍ଡେନ୍‌ ନେଭୀ ବଟନ୍‌: ନୌସେନା କହିଛି ଯେ, ଏପୋଲେଟ୍‌ସରେ ଥିବା ଗୋଲ୍ଡେନ୍‌ ନେଭୀ ବଟନ୍‌ ଦାସତ୍ୱର ମାନସିକତାକୁ ହଟାଇବା ପାଇଁ ଭାରତୀୟ ନୌସେନାର ଉତ୍ସର୍ଗକୁ ପ୍ରତିଫଳିତ କରିଛି।

ଅଷ୍ଟକୋଣ: ଏହି ଆଠ ପ୍ରମୁଖ ଦିଗର ପ୍ରତିନିଧିତ୍ୱ କରୁଛି, ଯାହା ଏକ ସର୍ବାଙ୍ଗୀଣ ଦୀର୍ଘକାଳୀନ ଆଭିମୁଖ୍ୟକୁ ପ୍ରତିଫଳିତ କରେ।

ଟେଲିସ୍କୋପ: ଏହା ନୌସେନାର ଦୀର୍ଘକାଳୀନ ଦୃଷ୍ଟି, ଦୂରଦୃଷ୍ଟି ଏବଂ ପରିବର୍ତ୍ତିତ ଦୁନିଆ ଉପରେ ନିରନ୍ତର ନଜର ରଖିବାକୁ ପ୍ରତିଫଳିତ କରେ।

ଖଣ୍ଡା: ଏହା ଜାତୀୟ ଶକ୍ତିରେ ଅଗ୍ରଣୀ ହେବା ଏବଂ ପ୍ରାଧାନ୍ୟ ସହିତ ଯୁଦ୍ଧ ଜିତିବା, ଶତ୍ରୁମାନଙ୍କୁ ପରାସ୍ତ କରିବା ଏବଂ ପ୍ରତ୍ୟେକ ଚ୍ୟାଲେଞ୍ଜ ଉପରେ ଜୟଲାଭ କରିବାର ନୌସେନା କ୍ଷମତାକୁ ପ୍ରତିଫଳିତ କରିଥାଏ।

 

Comments are closed.