କବାଡି ବିଶ୍ୱକପରେ ପୁରୁଷ ବର୍ଗରେ ଇଟାଲୀକୁ ୬୪-୨୨ରେ ପରାସ୍ତ କଲା ଭାରତ

ଡେସ୍କ: ଇଂଲଣ୍ଡରେ ଆରମ୍ଭ ହୋଇଥିବା କବାଡି ବିଶ୍ୱକପରେ ଭାରତୀୟ ପୁରୁଷ ଦଳ ଇଟାଲୀକୁ ୬୪-୨୨ରେ ପରାସ୍ତ କରିଛି। ଏହି ପ୍ରତିଯୋଗିତାର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ପୁରୁଷ ଦଳ ହଙ୍ଗେରୀକୁ ୧୦୧-୨୫ରେ ପରାସ୍ତ କରିଥିଲା। ଏସିଆ ବାହାରେ ଆରମ୍ବ ହୋଇଥିବା ଏହି ପ୍ରତିଯୋଗିତା ୭ ଦିନ ଧରି ଚାଲିବ, ଯେଉଁଥିରେ ବ୍ରିଟେନର ୱେଷ୍ଟ ମିଡଲ୍ୟାଣ୍ଡ ଅଞ୍ଚଳର ବର୍ମିଂହାମ, କୋଭେଣ୍ଟ୍ରି, ୱାଲ୍ସାଲ ଏବଂ ୱଲଭରହାମ୍ପଟନରେ ୬୦ରୁ ଅଧିକ ମ୍ୟାଚ୍ ଖେଳାଯିବ। ପୁରୁଷ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମହିଳା ପ୍ରତିଯୋଗିତାରେ ୬ଟି ଦଳ ଭାଗ ନେବେ, ଯେଉଁଥିରେ ଦୁଇଟି ଗ୍ରୁପ୍ ଡି ଓ ଇ ରହିବ। ଭାରତ ଗ୍ରୁପ୍ ଡିରେ ୱେଲ୍ସ ଓ ପୋଲାଣ୍ଡ ସହ ଭାଗ ନେବ ବିଶ୍ୱ କବାଡି ଦ୍ୱାରା ଆୟୋଜନ କରାଯାଉଥିବା କବାଡି ବିଶ୍ୱକପର ଏହା ହେଉଛି ଦ୍ୱିତୀୟ ସଂସ୍କରଣ। ୨୦୧୯ରେ ମାଲେସିଆ ଦ୍ୱାରା ଆୟୋଜିତ ଉଦଘାଟନୀ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ଜିତିଥିଲା।

Comments are closed.