ଭାରତୀୟ ଭେଷଜ ପରିଷଦ ସଂଶୋଧିତ ବିଲ୍‍ ସଂସଦରେ ଗୃହୀତ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ପରିଷଦ ସଂଶୋଧନ ବିଲ୍‍-୨୦୧୯ ଗୁରୁବାର ସଂସଦରେ ଗୃହୀତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟସଭାରେ ବିଲ୍‍କୁ ଉପସ୍ଥାପନ କରିଥିଲେ। ଭାରତୀୟ ଭେଷଜ ପରିଷଦକୁ ୨୦୧୮ ସେପ୍ଟେମ୍ବର ୨୬ରୁ ଆଉ ୨ ବର୍ଷ ସମ୍ପ୍ରସାରିତ କରିବା ପାଇଁ ବିଲ୍‍ରେ ବ୍ୟବସ୍ଥା ରହିଛି। ଏହି ସମୟରେ ଏକ ପରିଚାଳନାମଣ୍ଡଳୀ ଭେଷଜ ପରିଷଦର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ପରିଚାଳନାମଣ୍ଡଳୀର ସଦସ୍ୟ ସଂଖ୍ୟା ୧୨କୁ ବୃଦ୍ଧି ପାଇଁ ଏଥିରେ ପ୍ରସ୍ତାବ ରହିଛି।

kalyan agarbati

Comments are closed.