www.samajalive.in
Wednesday, December 10, 2025
23.1 C
Bhubaneswar

ଯୋଡ଼ାଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି

କଟକସିଟି : ଢେଙ୍କାନାଳ ଯୋଡ଼ା ଶିଶୁଦ୍ବୟଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ଗୁରୁବାର ଶିଶୁଦ୍ବୟ ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଛି। ଏଭଳି ସ୍ଥିତିରେ ଶିଶୁଦ୍ବୟଙ୍କର ଜୀବନ ରକ୍ଷା ପାଇଁ ଡାକ୍ତରମାନେ ଉଦ୍ୟମ ଜାରି ରଖିଛନ୍ତି। ବୁଧବାର ଶିଶୁଦ୍ବୟଙ୍କର ଇକୋ ଓ ସିଟିସ୍କାନ୍‌ କରାଯାଇଥିଲା। ଇକୋ ରିପୋର୍ଟରେ ହୃତ୍‌ପିଣ୍ଡ ଗୋଟିଏ ଓ ତାହା ଠିକ୍‌ ଭାବେ କାର୍ଯ୍ୟ କରୁନଥିବା ଜଣାପଡିଛି। ସିଟିସ୍କାନ୍‌ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହଁି ବୋଲି ହସ୍ପିଟାଲ ପକ୍ଷରୁ ଜଣାପଡ଼ିଛି। ଆସନ୍ତାକାଲି ରିପୋର୍ଟ ପହଞ୍ଚିବା ପରେ ପରବର୍ତ୍ତୀ ଚିକିତ୍ସା ସମ୍ପର୍କରେ ଡାକ୍ତରୀ ଦଳ ନିଷ୍ପତ୍ତି ନେବେ। ସୋମବାର ଢେଙ୍କାନାଳର ରେଣୁବାଳା ବେହେରା ଓ ପ୍ରଦୀପ ବେହେରାଙ୍କର ଯୋଡାଶିଶୁ ଜନ୍ମ ହେବା ପରେ ଶିଶୁଦ୍ବୟଙ୍କୁ ଚିକିତ୍ସା​‌ ପାଇଁ କଟକ ଶିଶୁଭବନକୁ ଅଣାଯାଇଥିଲା। ପ୍ରାଥମିକ ପରୀକ୍ଷାରୁ ଶିଶୁଦ୍ବୟଙ୍କର ଗୋଟିଏ ହୃତ୍‌ପିଣ୍ଡ ଓ ଯକୃତ ରହିଥିବା ଜଣାପଡ଼ିଛି। ଏହାବାଦ୍‌ ଶରୀର ଗଠନରେ ମଧ୍ୟ ସେମାନଙ୍କର ବିଭିନ୍ନ ସମସ୍ୟା ରହିଛି ବୋଲି ଜଣାପଡ଼ିଛି।
ସେହିପରି କେନ୍ଦ୍ରାପଡ଼ାର ଦେବାଶିଷ କରଙ୍କ ନବଜାତ ଶିଶୁର ଅବସ୍ଥା ଭଲ ନଥିବା ଜଣାପଡିଛି। ଜନ୍ମପରଠାରୁ ଶିଶୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା। ମାଂସପେଶୀ ଓ ଚମଡ଼ା ତିଆରି ହୋଇ ପାରି ନଥିବାରୁ ତାର ଅନ୍ତନଳୀଗୁଡ଼ିକ ବାହାରକୁ ଦେଖାଯାଉଛି। ଗତମାସ ୨୭ ତାରିଖରେ ଶିଶୁଟି ଜନ୍ମ ହେବାପରେ ତାର ଏପରି ଅବସ୍ଥା ଦେଖି ପରିବାର ଲୋକ ଶିଶୁଭବନକୁ ଆଣିଥିଲେ। ବର୍ତ୍ତମାନ ସେ ଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛି। ଗୁରୁତର ଥିବା ଶିଶୁର ଉନ୍ନତ ଚିକିତ୍ସା ପାଇଁ ତାର ବାପା ଦେବାଶିଷ ସୋସିଆଲ ମିଡିଆରେ ସରକାରଙ୍କୁ ଗୁହାରି କରିଥିଲେ।
ଏହି ପୋଷ୍ଟକୁ ଦେଖିବା ପରେ ସାଂସଦ ଅନୁଭବ ମହାନ୍ତି ୨୯ ତାରିଖରେ ଶିଶୁଭବନ ଆସି ଆଇସିୟୁରେ ଶିଶୁକୁ ଦେଖିବା ସହ ଚିକିତ୍ସା ପାଇଁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories