www.samajalive.in
Wednesday, December 10, 2025
23.1 C
Bhubaneswar

ଖାଦ୍ୟାଭାବ: ହାତୀପଲ ଗାଁମୁହାଁ; ଲୋକେ ଆତଙ୍କିତ

କେନ୍ଦୁଝର: ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ଜଙ୍ଗଲୀ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରିବା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବର୍ତ୍ତମାନ କେନ୍ଦୁଝର ଜିଲାର ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ଶୁଆକାଟୀ ସେକ୍ସନ ଜଙ୍ଗଲାଞ୍ଚଳରେ ୬୩ଟି ହାତୀ ଓ କାଞ୍ଜିପାଣି ସେକ୍ସନ ତେମେରା ଜଙ୍ଗଲରେ ଗୋଟିଏ ହାତୀ ଶାବକ ରହୁଥିବା ଜଣାପଡିଛି। ଏହି ହାତୀଗୁଡିକ ମଧ୍ୟରୁ ଗୋଡଭଙ୍ଗାଠାରେ ୧୫ଟି, କେନ୍ଦୁଘାଟୀରେ ୧୮ଟି, ତରମାକାନ୍ତରେ ୧୦ଟି,ଚମ୍ପାଝରରେ ୭ଟି, ରାଇଗୋଡାରେ ୬ଟି, ଉପରକାଇପୁରରେ ୪ଟି,ଜାଗରରେ ୪ଟି ଓ ଦଅଁଳାରେ ଗୋଟିଏ ଏହିପରି ୮ଟି ଦଳରେ ହାତୀ ରହୁଥିବା ଜଣାପଡିଛି। ବେଳେବେଳେ ଅନ୍ୟ ରେଞ୍ଜରୁ ୭/୮ ଟି ହାତୀ ଥିବା ପଲ ଏହି ରେଞ୍ଜର ବିଭିନ୍ନ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିବା ଲକ୍ଷ୍ୟ କରାଯାଉଛି। ହାତୀମାନେ ସାଧାରଣତଃ ଜଙ୍ଗଲରେ କେନ୍ଦୁଗଛ,ବରଗଛ,ଅଶ୍ୱସ୍ତଗଛ,କୁମ୍ବି ଗଛ,ଚାର ଓ ବାଉଁଶ ପତ୍ର ଖାଇଥାନ୍ତି। ଜଙ୍ଗଲରେ ମିଳୁଥିବା ଆମ୍ବ ଓ ପଣସ ମଧ୍ୟ ଏମାନଙ୍କର ପ୍ରିୟ ଖାଦ୍ୟ। ଜଙ୍ଗଲରେ ଗଛ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଥିବାବେଳେ ହାତୀପଲଙ୍କୁ ଖାଇବା ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ମିଳୁନାହିଁ। ତେଣୁ ବେଳେବେଳେ ସେମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଆମ୍ବ,ପଣସ,ଚାଉଳ ଓ ଭାତ ଇତ୍ୟାଦି ଖାଉଥିବା ଦେଖାଯାଉଛି। ଏହି ଖାଦ୍ୟ ପାଇଁ ସେମାନେ ବେଳେବେଳେ ଘର ଭାଙ୍ଗୁଥିବାବେଳେ ହାତୀ ହାବୁଡରେ କେହି ପଡିଲେ ସେମାନଙ୍କୁ ଆକ୍ରମଣ କରିଥାନ୍ତି। ଲୋକମାନେ ଘରେ ଆମ୍ବ,ପଣସ ଓ ଭାତ ରଖୁଥିବାରୁ ସେହି ବାସନା ପାଇ ହାତୀମାନେ ସେହି ଘରକୁ ଭାଙ୍ଗି ସେହି ଖାଦ୍ୟମାନ ଖାଇଥାନ୍ତି। ଗତ ୬ମାସ ମଧ୍ୟରେ ହାତୀପଲ ବିଜେପି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୫୦ଟି ଘର ଭାଙ୍ଗିଥିବା ଜଣାପଡିଛି। ଦୁଇଦିନ ତଳେ ହାତୀପଲ ପଦାକସଡା ଗାଁରେ ପଶି ସାଗର ଦେହୁରୀ ଓ ଅଷାଢୁ ଦେହୁରୀଙ୍କ ଘର ଭାଙ୍ଗି ଦେଇଛନ୍ତି। ସେହିପରି ଗୋଟିଏ ହାତୀପଲ ଗତକାଲି ରାତିରେ କେନ୍ଦୁଘାଟୀ ଗ୍ରାମର ଚୁଚୁ ମୁଣ୍ଡା,ସମରା ମୁଣ୍ଡାର ଘର ସଂପୂର୍ଣ୍ଣ ଭାବେ ନଷ୍ଟ କରିଥିବା ଜଣାପଡିଛି। ସେହିପରି ଜାଗର ଗ୍ରାମରେ ହାତୀପଲ ପଶି ଗୋଟିଏ ଘର ଭାଙ୍ଗିଥିଲେ ଓ ସେହି ଘର ବାରଣ୍ଡାରେ ଶୋଇଥିବା ତରୀ ସେନାପତି ନାମକ ଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଥିଲେ। ହାତୀପଲ ଗ୍ରାମକୁ ପଶି ଘର ଭାଙ୍ଗିବା ଓ ଧନଜୀବନ ନଷ୍ଟ କରିବା ପ୍ରାୟ ପ୍ରତ୍ୟେକ ଦିନ ଦେଖାଯାଉଛି। ସରକାର କେବଳ ଘର ଭଙ୍ଗା ହିତାଧିକାରୀମାନଙ୍କୁ ଘରଭଙ୍ଗା ସହାୟତା ଦେଇ ଚୁପ୍‍ ବସୁଛନ୍ତି। ଏହି ହାତୀପଲ କିଭଳି ଗାଁ ମୁହାଁ ନହୋଇ ଜଙ୍ଗଲରେ ସ୍ୱଛନ୍ଦରେ ବାସ କରିପାରିବେ ସେଥିପାଇଁ ଜଙ୍ଗଲ ବିଭାଗ ବ୍ୟାପକ ବୃକ୍ଷରୋପଣ କରି ଏହାର ସ୍ଥାୟୀ ପ୍ରତିକାର କରିବାକୁ ଦାବି ହେଉଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories