www.samajalive.in
Wednesday, December 10, 2025
23.1 C
Bhubaneswar

୧୧ରେ ଭାରତ-ଇଂଲଣ୍ଡ ସେମିଫାଇନାଲ

ଲଣ୍ଡନ୍: ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟ ଶେଷ ନହେଉଣୁ ସେମିଫାଇନାଲ ଖେଳିବା ଅଙ୍କକଷା ଆରମ୍ଭ ହୋଇଗଲାଣି। ୪ଟି ଦଳ- ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ। ଇଂଲଣ୍ଡ ୩ୟ ଓ ନ୍ୟୁଜିଲାଣ୍ଡ ୪ର୍ଥ ସ୍ଥାନରେ ରହିବା ମଧ୍ୟ ନିଶ୍ଚିତ ହୋଇଛି। ପ୍ରଥମ ୨ଟି ସ୍ଥାନରେ ଅଷ୍ଟ୍ରେଲିଆ ଓ ଭାରତ ରହିବା ମଧ୍ୟ ପକ୍କା। ସେମିଫାଇନାଲରେ ୧ନଂ ଦଳ ଓ ୪ନଂ ଦଳ ଏବଂ ୨ନଂ ଦଳ ଓ ୩ନଂ ଦଳ ମଧ୍ୟରେ ମୁକାବିଲା ହେବ। ଭାରତ ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତକଲେ ଏହା ୧୫ ପଏଣ୍ଟ ପାଇବ। ଯଦି ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ପରାସ୍ତକରେ ଏହା ୧୬ ପଏଣ୍ଟ ସହ ଶୀର୍ଷରେ ରହିବ। ଏପରିହେଲେ ଆସନ୍ତା ୧୧ରେ ବର୍ମିଂହାମ୍‌ରେ ଭାରତ-ଇଂଲଣ୍ଡ ସେମିଫାଇନାଲ ଖେଳାଯିବ। ଏହାର ପୂର୍ବଦିନ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳାଯିବ। ତେବେ ଯଦି ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ପରାସ୍ତକରେ; ତେବେ ସମୀକରଣ ବଦଳିଯିବ। ଶୀର୍ଷରେ ରହି ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ଖେଳିବ ଭାରତ ଏବଂ ଅଷ୍ଟ୍ରେଲିଆର ମୁକାବିଲା କରିବ ଇଂଲଣ୍ଡ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories