www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ କେଉଁ ଭାରତୀୟ ପାକିସ୍ତାନ ପାଇଁ ପ୍ରଥମେ ତିଆରି କରିଥିଲେ ପରମାଣୁ ବୋମା

ନୂଆଦିଲ୍ଲୀ: ପାକିସ୍ତାନ ଏବେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହୋଇଛି। ତେବେ ଏହି ଦେଶ ପାଇଁ ପ୍ରଥମେ ଯିଏ ପରମାଣୁ ବୋମା ତିଆରି କରିଥିଲେ ସେ ହେଉଛନ୍ତି ଜଣେ ଭାରତୀୟ। ତାଙ୍କୁ ପାକିସ୍ତାନରେ ପରମାଣୁ ବୋମାର ଜନକ ଆଖ୍ୟା ଦିଆଯାଇଛି।

ଏହି ବୈଜ୍ଞାନିକଙ୍କ ନାମ ହେଉଛି ଡା. ଅବଦୁଲ କାଦିର ଖାନ। ତାଙ୍କ ଘର ମଧ୍ୟପ୍ରଦେଶର ଭୋପାଳରେ। ୧୯୩୫ରେ ତାଙ୍କର ଜନ୍ମ। ଭାରତ-ପାକିସ୍ତାନ ବିଭାଜନ ସମୟରେ ଅବଦୁଲଙ୍କ ପରିବାର ପାକିସ୍ତାନ ଯିବାକୁ ଚାହୁଁ ନ ଥିଲା। କିନ୍ତୁ ଅବଦୁଲ କାଦିର ପାକିସ୍ତାନ ଚାଲିଯାଇଥିଲେ।

- Advertisement -

କୌତୁହଳର କଥା ଭାରତ ଏବଂ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବୈଜ୍ଞାନିକଙ୍କ ମଧ୍ୟରେ ଅନେକ  ସମାନତା ରହିଛି। ଡା. ଅବଦୁଲ କାଦିର ଏବଂ ଡା. ଅବଦୁଲ କଲାମ ଦୁଇଜଣ ମୁସଲମାନ ଥିଲେ। ଉଭୟଙ୍କ ଜନ୍ମ ଭାରତରେ। ସେମାନେ ନିଜ ନିଜ ଦେଶରେ ପରମାଣୁ କାର୍ଯ୍ୟକ୍ରମରେ ବଳିଷ୍ଠ ଅବଦାନ ଦେଇଛନ୍ତି। କେବଳ ପରମାଣୁ କାର୍ଯ୍ୟକ୍ରମ ନୁହେଁ, ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ତିଆରିରେ ମଧ୍ୟ ସେମାନଙ୍କୁ ବଡ଼ ଅବଦାନ ରହିଛି।

କିନ୍ତୁ ଅବଦୁଲ କାଦିର ଏବଂ ଅବଦୁଲ କଲାମଙ୍କ ବ୍ୟକ୍ତିତ୍ବରେ ଅନେକ ଭିନ୍ନତା ରହିଛି। ଅବଦୁଲ କାଦିରଙ୍କ ନାମ ଜଣେ ଗୁପ୍ତଚର ଭାବେ ଜଣାଶୁଣା, କିନ୍ତୁ କଲାମ ବୈଜ୍ଞାନିକ ବ୍ୟତୀତ ଜଣେ ଲେଖକ ଭାବେ ସ୍ବତନ୍ତ୍ର ପରିଚିତି ହାସଲ କରିଛନ୍ତି।

ଭୋପାଳରେ ଜନ୍ମିତ ଅବଦୁଲ କାଦିର ଜଣେ ଶିକ୍ଷକଙ୍କ ପୁଅ। ତାଙ୍କର ୬ ଭାଇ-ଭଉଣୀ ଥିଲେ। ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଯେତେବେଳେ ଲକ୍ଷ ଲକ୍ଷ ମୁସଲମାନ ପାକିସ୍ତାନ ଯାଉଥିଲେ ସେତେବେଳେ ଅବଦୁଲ କାଦିରଙ୍କ ପରିବାର ଭୋପାଳରେ ରହିବାକୁ ଚାହୁଁଥିଲେ। କିନ୍ତୁ ୧୬ ବର୍ଷୀୟ ଅବଦୁଲଦ କାଦିର ଭାରତ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ।

ସେ କରାଚୀ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟରିଂ ପଢ଼ିବା ସହ ଜଣେ ମେଧାବୀ ଛାତ୍ର ଥିଲେ। ଗ୍ରାଜୁଏଶନର କିଛି ବର୍ଷ ପରେ ଜର୍ମାନୀରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପରେ ମେଟାଲର୍ଜିକାଲ ଇଞ୍ଜିନିୟରିଂରେ ପିଏଚଡି କରିଥିଲେ। ଏହା ଭିତରେ ସେ ଦକ୍ଷିଣ ଆଫ୍ରିକାର ଜଣେ ଝିଅଙ୍କୁ ବିବାହ କରି ବେଲଜିୟମରେ ପାଠପଢ଼ା ଶେଷ କରିଥିଲେ।

୧୯୭୧ରେ ଭାରତ ପାକିସ୍ତାନକୁ ଯୁଦ୍ଧରେ ହରାଇ ପୂର୍ବ ପାକିସ୍ତାନକୁ ଅଲଗା କରି ବାଂଲାଦେଶ ସୃଷ୍ଟି କରିଥିଲା। ଏହାପରେ ୧୯୭୪ରେ ଭାରତ ଯେତେବେଳେ ପୋଖରାନରେ ପରମାଣୁ ବୋମା ପରୀକ୍ଷଣ କଲା ସେତେବଳେ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ। ଯିଏ ପରମାଣୁ ବୋମା ତିଆରି କରିପାରିବ ସେଭଳି ଜଣେ ବ୍ୟକ୍ତିଙ୍କୁ ଜୁଲଫିକର ଖୋଜି ଖୋଜି ଅବଦୁଲ କାଦିରଙ୍କ ନିକଟରେ ପହଞ୍ଚିଥିଲେ। ଅନ୍ୟପଟେ କାଦିର ମଧ୍ୟ ପରମାଣୁ ବୋମା ତିଆରି ପାଇଁ ପାକିସ୍ତାନର ସହଯୋଗ ନେବାକୁ ଇଚ୍ଛୁକ ଥିଲେ।

‘ଶପିଂ କାର ବଂବ୍‌ସ: ନ୍ୟୁକ୍ଲିୟର ପ୍ରୋଲିଫରେଶନ, ଗ୍ଲୋବାଲ ଇନସିକ୍ୟୁରିଟି ଆଣ୍ଡ ଦ ରାଇଜ ଆଣ୍ଡ ଫଲ ଅଫ ଦ ଏ.କ୍ୟୁ. ଖାନ’ ପୁସ୍ତକର ଲେଖକ ଗାର୍ଡନ କୋରିୟାଙ୍କ ମୁତାବକ, ଏହା ସତ୍ୟ ଯେ କାଦିରଙ୍କ ମନରେ ପରମାଣୁ ବୋମା ତିଆରି କରିବାର ଇଚ୍ଛା ପଛରେ ଭାରତ ଥିଲା ମୁଖ୍ୟ କାରଣ। ୧୯୭୧ ଡିସେମ୍ବର ୧୬ରେ ଢାକାରେ ଯେତେବେଳେ ପାକିସ୍ତାନୀ ସେନା ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲେ ସେତେବେଳେ କାଦିର ଏହା ଦେଖି ଭବିଷ୍ୟତରେ ଏଭଳି କିଛି ହେବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ପରେ ସେ ପାକିସ୍ତାନ ସହାୟତାରେ ପରମାଣୁ ବୋମା ତିଆରି କରିବା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ଏହା ପରେ କାଦିରଙ୍କ ଜରିଆରେ ପାକିସ୍ତାନ ପରମାଣୁ ବୋମା ତିଆରି କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories