www.samajalive.in
Sunday, December 7, 2025
26.1 C
Bhubaneswar

ତେଜସରେ ଖଞ୍ଜାଯିବ ଫ୍ରାନ୍ସ ନିର୍ମିତ ହାମର କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ହାଲୁକା ଲଢୁଆ ବିମାନ ତେଜସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀକୁ ଜରୁରୀକାଳୀନ କ୍ରୟ ନିମନ୍ତେ ପ୍ରଦାନ କରିଥିବା କ୍ଷମତା ବଳରେ ପ୍ରତିରକ୍ଷା ବିଭାଗ ଫ୍ରାନ୍ସରୁ ହାମର କ୍ଷେପଣାସ୍ତ୍ର କିଣିବାକୁ ଅର୍ଡର ଉପସ୍ଥାପନ କରିଛି । ଉକ୍ତ କ୍ଷେପଣାସ୍ତ୍ରକୁ ତେଜସ ବିମାନରେ ଖଞ୍ଜାଯିବ । ଏହଦ୍ୱାରା ଭୂପୃଷ୍ଠରେ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ସହିତ ୭୦ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ବଙ୍କରଗୁଡିକୁ ଧ୍ୱଂସ କରିପାରିବ । ଉଲ୍ଲେଖଯୋଗ୍ୟ ଯେ ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହିତ ଭାରତର ଉତ୍ତେଜନା ଲାଗି ରହିଥିବାବେଳେ ତେଜସର ଲଢୁଆ କ୍ଷମତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ଭାରତର ପ୍ରତିରକ୍ଷା ବିଭାଗ ରାଫାଲେ ଲଢୁଆ ବିମାନଗୁଡିକ ପାଇଁ ହାମର କ୍ଷେପଣାସ୍ତ୍ର କ୍ରୟ କରିଥିଲା । ହାମର ଏକ ମଧ୍ୟମ ଦୂରଗାମୀ ଆକାଶ ମାର୍ଗରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏକ କ୍ଷେପଣାସ୍ତ୍ର ଯାହାକୁ ମୂଳତଃ ଫ୍ରାନ୍ସ ବାୟୁସେନା ଏବଂ ନୌ ସେନା ପାଇଁ ଡିଜାଇନ ଓ ନିର୍ମାଣ କରାଯାଇଥିଲା । ଏହା ପୂର୍ବ ଲଦାଖରେ ଭାରତୀୟ ସୈନ୍ୟବାହିନୀ ପାଇଁ ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories